ଓଡିଶା

odisha

ETV Bharat / business

Gautam Adani Richest Person: ଆଦାନି ଏସିଆର ନଂ ୧ ଧନୀ, ପଛରେ ରହିଲେ ଅମ୍ବାନି - Adani group Asias richest Industries

ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ପଛରେ ପକାଇଲା ଆଦାନି ଗ୍ରୁପ(Adani Group) । ଅଧିକ ପଢନ୍ତୁ

Adani group ଏସିଆର ନଂ-୧ ଧନୀ, ପଛରେ ପଡିଲା Reliance
Adani group ଏସିଆର ନଂ-୧ ଧନୀ, ପଛରେ ପଡିଲା Reliance

By

Published : Nov 25, 2021, 9:51 AM IST

Updated : Nov 25, 2021, 11:36 AM IST

ନୂଆଦିଲ୍ଲୀ: ବିଶ୍ବର ଧନୀ ତାଲିକାରେ ଗଣା ଯାଉଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମାଲିକ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲା ଆଦାନି ଗ୍ରୁପ । ଆଦାନି ଗ୍ରୁପ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଗୌତମ ଆଦାନି (Gautam Adani becomes Asia's richest person) ଏସିଆର ସବୁଠୁ ଧନୀ ବ୍ୟବସାୟୀ ପାଲଟିଛନ୍ତି । ତେବେ ଆଦାନିଙ୍କ ସମ୍ପତ୍ତି ତାଲିକା ସ୍ପଷ୍ଟ ହୋଇନଥିଲେ ମଧ୍ୟ ସେ ଅମ୍ବାନିଙ୍କ ଠାରୁ ଆଗରେ ଥିବା ଜଣାପଡିଛି । ଗତ ସପ୍ତାହରେ ଆଦାନିଙ୍କ ସମ୍ପତ୍ତି ୮ ହଜାର ୮୦୦ କୋଟି ଡଲାର ଥିବାବେଳେ ଅମ୍ବାନିଙ୍କ ସମ୍ପତ୍ତି ୯ ହଜାର ୧୦୦ କୋଟି ଥିଲା । କିନ୍ତୁ ଏହି ସପ୍ତାହରେ ସେ ଅମ୍ବାନିଙ୍କୁ ପଛରେ ପକାଇଦେଇଛନ୍ତି ।

୨୦୨୦ ମାର୍ଚ୍ଚ ୧୮ରେ ଆଦାନିଙ୍କ ସମ୍ପତ୍ତି ୪୯୧ କୋଟି ଡଲାର ଥିଲା । କିନ୍ତୁ ୨୦୨୦ ଏପ୍ରିଲ ପର ଠାରୁ ତାଙ୍କ ବ୍ୟବସାୟ ଦ୍ରୁତଗତିରେ ବୃଦ୍ଧି ପାଇଛି । ତାଙ୍କ କମ୍ପାନିଗୁଡିକର ସେୟାର ମୂଲ୍ୟ ୧୮ ମାସ ମଧ୍ୟରେ ୫-୬ ଗୁଣା ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । ଏହି ୧୮ ମାସରେ ତାଙ୍କ ସମ୍ପତ୍ତି ୧୮୦୮ ପ୍ରତିଶତ ବୃଦ୍ଧି ପାଇ ୮ ହଜାର ୩୮୯ କୋଟି ଡଲାରରେ ପହଞ୍ଚିଥିଲା ।

ତେବେ ସମାନ ସମୟରେ ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ୨.୫ ଗୁଣା ବଢି ୯ ହଜାର ୧୦୦ କୋଟି ଡଲାରରେ ପହଞ୍ଚିଥିଲା । ସାଉଦି ଆକୋ ସହ ରିଲାଏନ୍ସ ଇଣ୍ଟଷ୍ଟ୍ରିଜର ଚୁକ୍ତି ଭାଙ୍ଗିଯିବା ପରେ ରିଲାଏନ୍ସ ସେୟାର ଉପରେ କ୍ଷତିଗ୍ରସ୍ତ ହୋଇଥିଲା । ଗତ ସପ୍ତାହରେ ରିଲାନ୍ସର ସେୟାର ମୂଲ୍ୟ ୧୨% ରୁ ଅଧିକ ଖସିଥିଲା। ବୁଧବାର ସେୟାର ୧.୪୮% ଖସି ୨ ହଜାର ୩୫୦ ଟଙ୍କାରେ ପହଞ୍ଚିଛି । ଏହାପରେ ଆଦାନି ସବୁବେଳେ ଧନୀ ତାଲିକା ୨ ରେ ଥିବାବଳେ ଏହି ସପ୍ତାହରେ ଏସିଆର ନଂ-୧ ଧନୀ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 25, 2021, 11:36 AM IST

ABOUT THE AUTHOR

...view details