ଓଡିଶା

odisha

By

Published : Dec 11, 2020, 10:07 PM IST

ETV Bharat / business

ସର୍ବୋଚ୍ଚ ସ୍ତରରେ ବିଦେଶୀ ମୁଦ୍ରା ଭଣ୍ଡାର

ସର୍ବକାଳୀନ ରେକର୍ଡ ସ୍ତରରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର । ଡିସେମ୍ବର ଶେଷ ସପ୍ତାହରେ 4.525 ଅରବ ଡଲାର ବଢି 579.346 ଅରବ ଡଲାରରେ ପହଞ୍ଚିଛି ବିଦେଶୀ ମୁଦ୍ରା ଭଣ୍ଡାର । ଅଧିକ ପଢନ୍ତୁ..

ସର୍ବୋଚ୍ଚ ସ୍ତରରେ ବିଦେଶୀ ମୁଦ୍ରା ଭଣ୍ଡାର
ସର୍ବୋଚ୍ଚ ସ୍ତରରେ ବିଦେଶୀ ମୁଦ୍ରା ଭଣ୍ଡାର

ନୂଆଦିଲ୍ଲୀ: ଅର୍ଥବ୍ୟବସ୍ଥା ପାଇଁ ପଜେଟିଭି ଖବର । ସର୍ବକାଳୀନ ରେକର୍ଡ ସ୍ତରରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର । ଡିସେମ୍ବର ଶେଷ ସପ୍ତାହରେ 4.525 ଅରବ ଡଲାର ବଢି 579.346 ଅରବ ଡଲାରରେ ପହଞ୍ଚିଛି ଭଣ୍ଡାର । ଶୁକ୍ରବାର ଜାରି ଭାରତୀୟ ରିଜର୍ଭ ବ୍ୟାଙ୍କ ରିପୋର୍ଟରେ ଏ ନେଇ ଦର୍ଶାଯାଇଛି ।

କୋରୋନା ସଙ୍କଟ ମଧ୍ୟରେ ବିଦେଶୀ ମୁଦ୍ରା ଭଣ୍ଡାରେ ଲଗାତାର ବ୍ୟପକ ଅଭିବୃଦ୍ଧି ଦେଖିବାକୁ ମିଳିଛି । ନଭେମ୍ବର 27 ଶେଷ ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର 46.9 କୋଟି ଡଲାର ହ୍ରାସ ହୋଇ 574.821 ଅରବ ଡଲାର ରହିଥିଲା । ହେଲେ ସମୀକ୍ଷାଧୀନ ଅବଧିରେ ବିଦେଶୀ ମୁଦ୍ରା ଭଣ୍ଡାର ସମ୍ପତ୍ତି(FCA)ରେ ଭାରୀ ବୃଦ୍ଧି କାରଣରୁ ମୁଦ୍ରା ଭଣ୍ଡାର ଉପରମୁହାଁ ରହିଛି ।

ମୋଟ ବିଦେଶୀ ମୁଦ୍ରା ଭଣ୍ଡାର ଗୁରୁତ୍ବପୂର୍ଣ୍ଣ ଅଂଶ ବିଦେଶୀ ମୁଦ୍ରା ସମ୍ପତ୍ତି । ଆଉ ଏଫସିଏ ବୃଦ୍ଧି ଦ୍ବାରା ବିଦେଶୀ ମୁଦ୍ରା ବଢିଥାଏ । ରିଜର୍ଭ ବ୍ୟାଙ୍କର ସାପ୍ତାହିତ ତଥ୍ୟ ଅନୁସାରେ ସମୀକ୍ଷାଧୀନ ଅବଧିରେ ଏଫସିଏ 3.932 ଅରବ ଡଲାର ବୃଦ୍ଧି ପାଇ 537.386 ଅରବ ଡଲାର ହୋଇଛି ।

ଏଫସିଏକୁ ଡଲାରରେ ଦର୍ଶାଯାଇଥାଏ । କିନ୍ତୁ ଏଥିରେୟୁରୋ, ପାଉଣ୍ଡ ଏବଂ ୟେନ୍ ଭଳି ଅନ୍ୟ ବିଦେଶୀ ମୁଦ୍ରା ମଧ୍ୟ ସାମିଲ ଥାଏ ।

ତଥ୍ୟ ଅନୁସାରେ ଏହି ଅବଧିରେ ଦେଶର ସ୍ବର୍ଣ୍ଣ ଭଣ୍ଡାର ମୂଲ୍ୟ 53.5 ଡଲାର ବଢି 35.728 ଅରବ ଡଲାର ରହିଛି । ଦେଶର ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମଏଫ)ରେ ଜମା ମୁଦ୍ରା ଭଣ୍ଡାର ବଢି 4.725 ଅରବ ଡଲାର ରହିଛି ।

ABOUT THE AUTHOR

...view details