ଅଗରତାଲା:ତ୍ରିପୁରାର ବିକାଶ ପାଇଁ ପ୍ରତିଶ୍ରୁତି ଦେଲେ ଅର୍ଥମନ୍ତ୍ରୀ । ତ୍ରିପୁରାର ସମସ୍ତ ଆଦିବାସୀ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଏକ ବିକାଶମୂଳକ ପ୍ୟାକେଜ ଘୋଷଣା କରିଛନ୍ତି । 1300 କୋଟି ଟଙ୍କାର ଏହି ପ୍ୟାକେଜ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଭିତ୍ତିଭୂମି ସୁଦୃଢୀକରଣ ଦିଗରେ ସହାୟକ ହେବ । ଆସନ୍ତା 10 ଦିନ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିବ ବୋଲି କହିଛନ୍ତି ସୀତାରମଣ । ଏହାସହିତ ସେ ରାଜ୍ୟ ପାଇଁ ଏକ ହଜାର କୋଟିରୁ ଅଧିକ ବୋନସ ଘୋଷଣା କରିଛନ୍ତି ।
ତ୍ରିପୁରା ଠାରୁ 25 କିଲୋମିଟର ଦୂରରେ ଥିବା ମୋହନପୁରରେ ପ୍ରାୟ 11ଟି ପ୍ରକଳ୍ପର ଉଦଘାଟନ କରିବା ପରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସୀତାରମଣ କହିଛନ୍ତି, ବିଶ୍ବ ବ୍ୟାଙ୍କର ଆର୍ଥିକ ଅନୁଦାନ ସହିତ 1300 କୋଟି ଟଙ୍କାର ଏହି ପ୍ରକଳ୍ପ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ସୁନିଶ୍ଚିତ କରିବ ।