ଓଡିଶା

odisha

ETV Bharat / business

ମାନ୍ଦା ଅର୍ଥନୀତିକୁ ନିର୍ମଳାଙ୍କ ମନା, ଉଦ୍ୟୋଗଜଗତ ଉପରେ ରହିଛି ଫୋକସ

ଦେଶ ଅର୍ଥବ୍ୟବସ୍ଥା ନେଇ ଫୁଲ ଜୋସରେ ଅର୍ଥମନ୍ତ୍ରୀ । ଦେଶ ଭୋଗୁଥିବା ଆର୍ଥିକ ସଙ୍କଟକୁ ଖଣ୍ଡନ କରି ଉଦ୍ୟୋଗ ଜଗତ ସମସ୍ୟା ଉପରେ ଧ୍ୟାନ ଦିଆଯାଉଛି ବୋଲି ସୀତାରମଣ କହିଛନ୍ତି । ସେପଟେ ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକର ମିଶ୍ରଣ ପରେ ଜଣେ ମଧ୍ୟ କର୍ମଚାରୀଙ୍କ ଚାକିରୀ ନଯିବା ନେଇ ନିର୍ମଳା ଦୃଢୋକ୍ତି ଦେଇଛନ୍ତି ।

ଫାଇଲ ଫଟୋ

By

Published : Sep 2, 2019, 4:48 PM IST

ନୂଆଦିଲ୍ଲୀ: ଗୋଟିଏ ପଟେ ମାନ୍ଦାବସ୍ଥା ମାଡରେ ଅର୍ଥନୀତି ନିମ୍ନମୁଖୀ ହେଉଛି । ଅନ୍ୟପଟେ ସରକାର ସବୁ ଦେଖି , ବୁଝି ବି ମାନିବାକୁ ନାରାଜ । ଦେଶର ଆର୍ଥିକ ସଙ୍କଟକୁ ଖଣ୍ଡନ କରି ଏ ନେଇ ସଫେଇ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଦେଶର ଅର୍ଥବ୍ୟବସ୍ଥା ଏବେ ବି ସୁସ୍ଥ ରହିଛି । କୌଣସି ମାନ୍ଦାବସ୍ଥା ନାହିଁ । ଏ ନେଇ ସ୍ପଷ୍ଟ କରି ନିର୍ମଳା କହିଛନ୍ତି ଯେ, ଉଦ୍ୟୋଗ ପ୍ରତିନିଧିଙ୍କୁ ଦେଖା କରି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେଉଛି। ସେମେନେ ସରକାରଙ୍କଠାରୁ କଣ ଚାହାନ୍ତି , ନେଇ ପରାମର୍ଶ ଲୋଡାଯାଉଛି । ଆଗମୀ ଦିନରେ ମଧ୍ୟ ଏହି ପକ୍ରିୟା ଜାରି ରହିବ । ଯାହା ଫଳରେ ଅର୍ଥନୀତିରକୁ ଆହୁରୀ ସୁଦୃଢୀକରଣ କରାଯାଇପାରିବ ।

ଏହା ବାଦ ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକର ମିଶ୍ରଣ ପରେ କର୍ମଚାରୀଙ୍କ ଭବିଷ୍ୟତ ନେଇ ନିର୍ମଳା ଦୃଢୋକ୍ତି ଦେଇଛନ୍ତି । ବ୍ୟାଙ୍କ ମିଶିଲା ପରେ ଜଣେ ବି କର୍ମଚାରୀଙ୍କ ଚାକିରୀ ଯିବ ନାହିଁ । ଆଗରୁ ମଧ୍ୟ ଭାରତୀୟ ଷ୍ଟେଟବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କର ମିଶ୍ରଣ ହୋଇଛି । ସେତେବଳେ ବି ଏଭଳି କୌଣସି ପରିସ୍ଥିତି ଉପୁଜିନଥିଲା । ସେଭଳି ଏହି 10 ବ୍ୟାଙ୍କର ମିଶ୍ରଣ ପରେ ବି ଗୋଟିଏ କର୍ମଚାରୀ ଛଟେଇ ହେବେ ନାହିଁ। ତେବେ ଛଟେଇ ଆଶଙ୍କାରେ ଶନିବାର ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ପ୍ରତିବାଦ ପରେ ଏ ନେଇ ଚିନ୍ତିତ ନ ହେବାକୁ ଅର୍ଥମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ABOUT THE AUTHOR

...view details