ଓଡିଶା

odisha

By

Published : Oct 16, 2020, 6:09 PM IST

ETV Bharat / business

ଅର୍ଥନୀତି ପୁନଃରୁଦ୍ଧାର ସଙ୍କେତ ଦେଉଛି ଅନେକ ସେକ୍ଟରର ଅଭିବୃଦ୍ଧି

ସରକାର କୋଭିଡ-19 ମହାମାରୀରେ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ପୁଣି ଭିଟାମିନ ଦେବାକୁ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଦ୍ବାରା ଅନେକ ସେକ୍ଟରରେ ଅଭିବୃଦ୍ଧି ଦେଖାଦେଇଛି । ଯାହାକି ଅର୍ଥବ୍ୟବସ୍ଥା ପୁନଃରୁଦ୍ଧାର ସଙ୍କେତ ଦେଇଛି । ଅଧିକ ପଢନ୍ତୁ...

ଅର୍ଥନୀତି ପୁନଃରୁଦ୍ଧାର ସଙ୍କେତ ଦେଉଛି ଅନେକ ସେକ୍ଟରର ଅଭିବୃଦ୍ଧି
ଅର୍ଥନୀତି ପୁନଃରୁଦ୍ଧାର ସଙ୍କେତ ଦେଉଛି ଅନେକ ସେକ୍ଟରର ଅଭିବୃଦ୍ଧି

ନୂଆଦିଲ୍ଲୀ: କୋଭିଡ-19ରେ ପ୍ରଭାବିତ ଅର୍ଥନୀତି ପୁଣି ଟ୍ରାକକୁ ଫେରୁଛି । ସେପ୍ଟେମ୍ବରର ମାସର ବିଭିନ୍ନ ଅର୍ଥନୈତିକ ପରିସଂଖ୍ୟାନ ସଙ୍କେତ ଦେଉଛି କି ଅନେକ ସେକ୍ଟର ତୀବ୍ର ଗତିରେ ଅର୍ଥାତ V ଆକାରରେ ସୁଧୁରୁଛି । ସରକାର କୋଭିଡ-19 ମହାମାରୀରେ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ପୁଣି ଭିଟାମିନ ଦେବାକୁ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପର ଏହାର ଫଳାଫଳ ବୋଲି ଦର୍ଶାଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ (ଆଇଏମଏଫ)ର ଅନ୍ତରାଷ୍ଟ୍ରୀୟ ମୁଦ୍ରାନୀତି ଓ ଆର୍ଥିକ କମିଟିର ପୂର୍ଣ୍ଣ ବୈଠକରେ ଭିଡିଓ କନଫରେନ୍ସିଂକୁ ସମ୍ବୋଧିକ କରି ସୀତାରମଣ କହିଛନ୍ତି କି, ଅନେକ ସ୍ବଳ୍ପ ଆୟ ଓ ବିକାଶଶୀଳ ଦେଶରେ ଗରିବ ସୀମାରେଖା ତଳେ ରହୁଥିବା କୋଟି କୋଟି ଲୋକ ଜୀବିକା ବଞ୍ଚାଇ ରଖିବା ଓ ତାହାକୁ ସୁନିଶ୍ଚିତ କରିବା ଭଳି ଆହ୍ବାନ ସହ ଜୁଝୁଛନ୍ତି ।

ଅର୍ଥ ମନ୍ତ୍ରାଳୟର ଏକ ବିବୃତ୍ତି ଅନୁସାରେ ସୀତାରମଣ କହିଛନ୍ତି କି, ଦେଶରେ ଚାଲିଥିବା ପୁନରୁଦ୍ଧାର ଏବଂ ପୁନର୍ବାସ ଉଦ୍ୟମକୁ କୌଣସି ପ୍ରକାରେ ଦୁର୍ବଳ କରାଯିବା ଉଚିତ ନୁହେଁ । ଏଥିସହ ଭାରତର ତୀବ୍ର ଓ ମଜବୁତ ଆର୍ଥିକ ପୁନଃରୁଦ୍ଧାରକୁ ନେଇ ସୀତାରମଣ ଆତ୍ମନିର୍ଭର ପ୍ୟାକେଜ ଅଧିନରେ କରାଯାଇଥିବା ଉପାୟର ସୂଚନା ଦେଇଛନ୍ତି ।

ସେ ବିନିର୍ମାଣ, ପରଚେଜିଂ ମ୍ୟାନେଜର୍ସ ସୂଚକାଙ୍କ (ପିଏମଆଇ) ସମେତ ଅନେକ ତଥ୍ୟ ଉପରେ ଆଧାରିତ ହ୍ରାସ ପରେ ତୀବ୍ର ଗତିରେ ପୁନଃରୁଦ୍ଧାରର ପ୍ରସଙ୍ଗ ଉଠାଇଛନ୍ତି । ବିନିର୍ମାଣ ପିଏମଆଇ 2020 ସେପ୍ଟେମ୍ବରରେ 8 ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏହା ବିନିର୍ମାଣ କ୍ଷେତ୍ରରେ ମଜବୁତ ସୁଧାର ଆସିବା ସମ୍ଭାବନାକୁ ଦର୍ଶାଉଛି । ସୀତାରମଣ କହିଛନ୍ତି କି ଉପଭୋକ୍ତା ବ୍ୟୟରେ ବୃଦ୍ଧି ଆଣିବା ପାଇଁ 10 ଅରବ ଡଲାର ଉପାୟ ନିକଟରେ ଘୋଷଣା କରାଯାଇଛି ।

ବିବୃତ୍ତି ଅନୁସାରେ ମନ୍ତ୍ରୀ ବର୍ତ୍ତମାନର ଚ୍ୟାଲେଞ୍ଜରୁ ପାର ହେବା ପାଇଁ ଆଇଏମଏଫ ପ୍ରମୁଖକ୍ରିଷ୍ଟାଲିନା ଜର୍ଜିଭା ଓ ମୁଦ୍ରାକୋଷର ପରାମର୍ଶକୁ ପ୍ରଂଶସା କରିଛନ୍ତି । ସେ ଆଇଏମଏଫ ସହ ସହମତ ହୋଇଛନ୍ତି ଯେ

ନୀତିଗତ ସମର୍ଥନକୁ ସମୟ ପୂର୍ବରୁ ପ୍ରତ୍ୟାହାର ନ କେଲେ ନଗଦ ସଙ୍କଟ ଓ ଋଣ ଶୋଧନର ସମସ୍ୟା ହୋଇପାରେ । ଏଥିମଧ୍ୟରେ ଏକ ଅନ୍ୟ କାର୍ଯ୍ୟକ୍ରମରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କି, ଆତ୍ମନିର୍ଭର ଭାରତ ଅଭିଯାନ ପ୍ୟାକେଜର ଲକ୍ଷ୍ୟ ଭାରତକୁ ବିନିର୍ମାଣ ଓ ସେବା କ୍ଷେତ୍ରରେ ପ୍ରମୁଖ ବୈଶ୍ବିକ ହବ କରିବା ।

ABOUT THE AUTHOR

...view details