ଓଡିଶା

odisha

ETV Bharat / business

ଭାରତରେ ବଢୁଛି ବିଦେଶୀ ନିବେଶ, 6 ମାସରେ 15% ବଢିଛି ଏଫଡିଆଇ - FDI in india

ଏପ୍ରିଲ-ସେପ୍ଟେମ୍ବର ମଧ୍ୟରେ ଏଫଡିଆଇ 15 ପ୍ରତିଶତ ବୃଦ୍ଧି ହୋଇଛି । 6 ମାସରେ ଦେଶରେ 30 ବିଲିୟନ ଡଲାର ନିବେଶ ହୋଇଛି । ଅଧିକ ପଢନ୍ତୁ..

ଭାରତରେ ବଢୁଛି ବିଦେଶୀ ନିବେଶ, 6 ମାସରେ 15% ବଢିଛି ଏଫଡିଆଇ
FDI inflows up 15pc in H1, Mauritius slips to 4th place

By

Published : Nov 30, 2020, 7:02 PM IST

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ (2020-21)ର ପ୍ରଥମାର୍ଦ୍ଧ (ଏପ୍ରିଲରୁ ସେପ୍ଟେମ୍ବର)ରେ ଭାରତକୁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (ଏଫଡିଆଇ) ପ୍ରବାହ 15 ପ୍ରତିଶତ ବୃଦ୍ଧି ହୋଇଛି । ଏହି 6 ମାସରେ ଦେଶକୁ ମୋଟ 30 ବିଲିୟନ ଡଲାର (2.21 ଲକ୍ଷ କୋଟି ଟଙ୍କା) ମୂଲ୍ୟର ଏଫଡିଆଇ ଆସିଛି ।

ଗତ ବର୍ଷ ସମାନ ଅବଧିରେ ଭାରତକୁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ପ୍ରବାହ 26 ବିଲିୟନ ଡଲାର (1.92 ଲକ୍ଷ କୋଟି ଟଙ୍କା) ଥିଲା । ସରକାରୀ ତଥ୍ୟରୁ ଏ ନେଇ ପ୍ରକାଶ ପାଇଛି ।

ଡିପାର୍ଟମେଣ୍ଟ ଫର ପ୍ରମୋସନ ଅଫ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାଲ ଟ୍ରେଡ (ଶିଳ୍ପନୀତି ଏବଂ ଆଭ୍ୟନ୍ତରୀଣ ବ୍ୟାପର ବିଭାଗ) ର ରିପୋର୍ଟ ଅମନୁସାରେ 2019 ସମାନ ଅବଧିରେ 26 ବିଲିୟନ ଡଲାର ପାଖାପାଖୀ ଏଫଡିଆଇ ଆସିଥିଲା ବେଳେ ଏ ବର୍ଷ ଜୁଲାଇ ମାସରେ କେବଳ ଦେଶକୁ 17.5 ବିଲିୟନ ଡଲାରର ବିଦେଶୀ ନିବେଶ ଆସିଛି ।

2020 ଏପ୍ରିଲ-ସେପ୍ଟେମ୍ବରରେ ସର୍ବାଧିକ 17.55 ବିଲିୟନ ଡଲାରର ନିବେଶ କମ୍ପ୍ୟୁଟର ସଫ୍ଟୱେୟର ଆଣ୍ଡ ହାର୍ଡୱେର ସେକ୍ଟରରେ ହୋଇଛି । ଏହା ପରେ 2.25 ବିଲିୟନ ଡଲାର ସେବା କ୍ଷେତ୍ରକୁ , 949 ମିଲିୟନ ଡଲାର ଟ୍ରେଡିଂ ସେକ୍ଟରକୁ , 437 ମିଲିୟନ ଡଲାର କେମିକାଲ ଓ 417 ମିଲିୟନ ଡଲାର ଅଟୋମୋବାଇଲ ସେକ୍ଟରକୁ ମିଳିଛି ।

2020 ଏପ୍ରିଲ-ସେପ୍ଟେମ୍ବର ମଧ୍ୟରେ ସିଙ୍ଗାପୁରଠାରୁ ସବୁଠୁ ଅଧିକ ବିଦେଶୀ ପୁଞ୍ଜି ମିଳିଛି । ଏହି ଅବଧିରେ ସିଙ୍ଗାପୁରକୁ 8.3 ବିଲିୟନ ଡଲାରର ବିଦେଶୀ ନିବେଶ ଆସିଛି । ଏହା ପରେ 7.12 ବିଲିୟନ ଡଲାର ଆମେରିକାକୁ, 2.1 ବିଲିୟନ ଡଲାର କ୍ୟାମେନ ଆଇଲ୍ୟାଣ୍ଡ, 2 ବିଲିୟନ ଡଲାର ମୋରିଶସ, 1.5 ବିଲିୟନ ଡଲାର ଫ୍ରାନ୍ସ ଓ 653 ମିଲିୟନ ଡଲାର ଜାପାନକୁ ମିଳିଛି ।

ABOUT THE AUTHOR

...view details