ନୂଆଦିଲ୍ଲୀ: ଦେଶରେ ବ୍ୟାନ ହେଲା ଇ-ସିଗାରେଟ । ଏହାର ବିକ୍ରି, ବିପଣନ, ଭଣ୍ଡାରଣ, ଉତ୍ପାଦନ ଓ ରପ୍ତାନୀ ଆଦି ଉପରେ ପୂର୍ଣ୍ଣଚ୍ଛେଦ ପଡିଗଲା । କିନ୍ତୁ ଏବେ ବି ବହୁ ଇ-କମର୍ସ ସାଇଟରେ ଏହାକୁ ଖୁଲମଖୁଲା ବିକ୍ରି କରାଯାଉଛି । ଏହାକୁ ରୋକିବା ପାଇଁ ମହାରାଷ୍ଟ୍ର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେଶନ (MAHA FDA) ପକ୍ଷରୁ ନୋଟିସ ଜାରି ଏଭଳି କମ୍ପାନୀଙ୍କ ବିରୋଧରେ କଡା ପଦକ୍ଷେପ ନେବାକୁ ଦାବି ହୋଇଛି ।
ନିୟମକୁ ବେଖାତିର, ଏବେ ବି ଅନଲାଇନରେ ମିଳୁଛି ଇ-ସିଗାରେଟ - ଅନଲାଇନରେ ମିଳୁଛି ଇ-ସିଗାରେଟ
ଏବେ ବି ବହୁ ଇ-କମର୍ସ ସାଇଟରେ ଇ-ସିଗାରେଟକୁ ଖୁଲମଖୁଲା ବିକ୍ରି କରାଯାଉଛି । ଏହାକୁ ରୋକିବା ପାଇଁ ମହାରାଷ୍ଟ୍ର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେଶନ (MAHA FDA) ପକ୍ଷରୁ ନୋଟିସ ଜାରି ଏଭଳି କମ୍ପାନୀଙ୍କ ବିରୋଧରେ କଡା ପଦକ୍ଷେପ ନେବାକୁ ଦାବି ହୋଇଛି।
ଇ-ସିଗାରେଟରେ ଧୁମପାନ ଦ୍ବାରା ପେଟକୁ ବିଷାକ୍ତ ନିକୋଟିନ ଯାଇଥାଏ । ଯାହାକି ସ୍ବାସ୍ଥ୍ୟ ପ୍ରତି ଅତ୍ୟନ୍ତ ହାନିକାରକ । ଆଉ ଏଥିଯୋଗୁଁ ଅଧିକ ପରିମାଣରେ ଯୁବପିଢି କ୍ଷତିଗ୍ରସ୍ତ ହେଉଥିବା ଜଣାଇ ସରକାର ଏହାର ନିଷେଧ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାପର ବିକ୍ରିକୁ ବେଆଇନ ଦର୍ଶାଇ ଜୋରିମାନା ଓ ଦଣ୍ଡବିଧାନ ଘୋଷଣା କରାଯାଇଛି । ପ୍ରଥମ ଥର ନିୟମ ଭାଙ୍ଗିଲେ ଲକ୍ଷେ ଟଙ୍କା ଓ ବାରମ୍ବାର ଉଲଙ୍ଘନ କଲେ 5 ଲକ୍ଷ ଟଙ୍କା ଜୋରିମାନା ସାଙ୍ଗକୁ 3 ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ଘୋଷଣା କରାଯାଇଛି ।
ତେବେ ଏଥିରେ ଭୟଭୀତ ହୋଇ ବହୁ ଅନଲାଇନ କମ୍ପାନୀ ଇ-ସିଗାରେଟ ବିକ୍ରିକୁ ବନ୍ଦ କରିଦେଇଛନ୍ତି । ନିଜ ଷ୍ଟକ ଗୁଡିକୁ ଥାନାରେ ଦାଖଲ କରିଦେଇଛନ୍ତି । ହେଲେ ଆମଜନ ଫ୍ଲିପକାର୍ଟ ଭଳି ବହୁ ନାମୀଦାମୀ ଅନଲାଇନ ସାଇଟ ନିୟମକୁ ଖାତିର କରୁନଥିବା ଦେଖିବାକୁ ମିଳିଛି । ଆମଜାନରେ ‘ହନି ବ୍ୟାଜର’ ନାମରେ ଏହା ମିଳୁଛି । ଏହା ଦେଖିବାକୁ ୟୁସବି ଫ୍ଲାସ ଡ୍ରାଇଭ ଭଳି । ସେହିପରି ଫ୍ଲିପକାର୍ଟରେ ମଧ୍ୟ ଏହା ଏବେ ବି ଉପଲବ୍ଧ ରହିଛି ।