ଓଡିଶା

odisha

By

Published : Apr 1, 2020, 11:03 AM IST

ETV Bharat / business

11 ମାସର ସର୍ବୋଚ୍ଚରେ 8 ପ୍ରମୁଖ ଉଦ୍ୟୋଗ ଅଭିବୃଦ୍ଧି

ଫେବୃଆରୀରେ ପ୍ରମୁଖ ଶିଳ୍ପଗୁଡିକର ଉତ୍ପାଦନ 5.5 ପ୍ରତିଶତକୁ ବଢିଛି । ଯାହାକି 11 ମାସର ସର୍ବୋଚ୍ଚ ରେକର୍ଡ । ଅଧିକ ପଢନ୍ତୁ...

Factory output expands 5.5% in February
11 ମାସର ସର୍ବୋଚ୍ଚରେ 8 ପ୍ରମୁଖ ଉଦ୍ୟୋଗ ଅଭିବୃଦ୍ଧି

ନୂଆଦିଲ୍ଲୀ: ସୁଧୁରିଛି 8 ପ୍ରମୁଖ ଉଦ୍ୟୋଗ(କୋର ସେକ୍ଟର)ର ଅଭିବୃଦ୍ଧି ହାର । ଫେବୃଆରୀରେ ଶିଳ୍ପଗୁଡିକର ଉତ୍ପାଦନ 5.5 ପ୍ରତିଶତକୁ ବଢିଛି । ଯାହାକି 11 ମାସର ସର୍ବୋଚ୍ଚ ରେକର୍ଡ । ମଙ୍ଗଳବାର ଏନେଇ ସରକାରୀ ରିପୋର୍ଟ ପ୍ରକାଶ ପାଇଛି ।

ବିଶେଷ କରି କୋଇଲା, ରିଫାଇନେରୀ ଓ ବିଦ୍ୟୁତ ଉତ୍ପାଦନରେ ଭଲ ପ୍ରଦର୍ଶନ ଯୋଗୁଁ କୋର ସେକ୍ଟର ସୁଦୃଢ ହୋଇଛି । କୋରୋନା ସଙ୍କଟ ମଧ୍ୟରେ ଏହି ରିପୋର୍ଟ ଉଦ୍ୟୋଗ ଜଗତକୁ ଉପଶମ ଦେଇଛି ।

ଗତ ବର୍ଷ ଏହି ସମୟ(ଫେବୃଆରୀ)ରେ ଏହି ଅଭିବୃଦ୍ଧି ହାର 2.2. ପ୍ରତିଶତ ରହିଥିଲା । ଏହା ପୂର୍ବରୁ 2019 ମାର୍ଚ୍ଚରେ 8 ଉଦ୍ୟୋଗ ବୃଦ୍ଧି ଦର 5.8 ପ୍ରତିଶତ ରେକର୍ଡ ହୋଇଛି । ଏ ବର୍ଷ ଜାନୁଆରୀରେ ଏଥିରେ 1.4 ପ୍ରତିଶତ ବୃଦ୍ଧି ହୋଇଛି । ଉଦ୍ୟୋଗ ଉତ୍ପାଦନ ସୂଚକାଙ୍କ (ଆଇଆଇପି)ରେ ଏହି ଉଦ୍ୟୋଗର ଅଂଶ 40.27 ପ୍ରତିଶତ ରହିଛି ।

ଏହି 8ଟି କୋର ସେକ୍ଟର ମଧ୍ୟରେ କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ, ରିଫାଇନାରୀ ଉତ୍ପାଦ, ଫର୍ଟିଲାଇଜର୍ସ, ଷ୍ଟିଲ୍, ସିମେଣ୍ଟ ଓ ଇଲେକ୍ଟ୍ରିସିଟି ଉତ୍ପାଦ ସାମିଲ ରହିଛି।

ABOUT THE AUTHOR

...view details