ଓଡିଶା

odisha

By

Published : Apr 15, 2020, 2:17 AM IST

ETV Bharat / business

ଲକଡାଉନ ଅବଧି ବୃଦ୍ଧି, ଏ ବର୍ଷ ଅଭିବୃଦ୍ଧି ଶୂନ୍ୟ ରହିବ !

ପୂର୍ବରୁ ଆଶା କରାଯାଉଥିଲା କି କ୍ୟାଲେଣ୍ଡର ବର୍ଷ 2020ରେ ଅଢେଇ ପ୍ରତିଶତ ବୃଦ୍ଧି ରେକର୍ଡ ରହିଛି । ଯାହାକୁ ଏବେ ହ୍ରାସ କରି ଶୂନ୍ୟ କରାଯାଇଛି । ଅଧିକ ପଢ଼ନ୍ତୁ...

Extended lockdown to cause $234.4 billion economic loss
ଲକଡାଉନ ଅବଧି ବୃଦ୍ଧି, ଏ ବର୍ଷ ଅଭିବୃଦ୍ଧି ଶୂନ୍ୟ ରହିବ !

ମୁମ୍ବାଇ, ଲକଡାଉନ ବୃଦ୍ଧି ଯୋଗୁଁ ଦେଶକୁ ଆହୁରି କ୍ଷତି ସହିବାକୁ ପଡିବ । ମେ 3 ଯାଏଁ ଦେଶବ୍ୟାପି ତାଲାବନ୍ଦ ଯୋଗୁଁ ଭାରତକୁ 234.4 ଅରବ ଡଲାର ଆର୍ଥିକ କ୍ଷତି ହେବ । ଏହା ଦ୍ବାରା କ୍ୟାଲେଣ୍ଡର ବର୍ଷ 2020ରେ ଜିଡିପି ବିନା ଅଭିବୃଦ୍ଧିରେ ସ୍ଥିର ରହିବ । ମଙ୍ଗଳବାର ବ୍ରିଟିଶ ଦଲାଲ ସଂସ୍ଥା Barclays ଏନେଇ ମତ ପ୍ରକାଶ କରିଛି ।

Barclays ଏକ ରିପୋର୍ଟରେ କହିଛି ଯେ, କ୍ୟାଲେଣ୍ଡର ବର୍ଷ 2020 ପାଇଁ ଅର୍ଥନୈତିକ ଅଭିବୃଦ୍ଧି ଶୂନ୍ୟ ହେବ । ଆର୍ଥିକ ଦୃଷ୍ଟିକୋଣରୁ ଏହା 2020-21 ରେ 0.8 ପ୍ରତିଶତ ବୃଦ୍ଧି ପାଇବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତିନି ସପ୍ତାହ ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଯାହା ବର୍ତ୍ତମାନ ମେ 3 ପର୍ଯ୍ୟନ୍ତ ଲାଗୁ ହେବ । ତେବେ ଏପ୍ରିଲ 20ରୁ ସଂକ୍ରମଣ ହୋଇନଥିବା ଅଞ୍ଚଳଗୁଡିକୁ ସାମାନ୍ୟ ଆଶ୍ବସ୍ତି ମିଳିବା ସଙ୍କେତ ରହିଛି ।

Barclays ପୂର୍ବରୁ ହିଁ ଦର୍ଶାଇଥିଲା ଯେ, 3 ସପ୍ତାହର ଲକଡାଉନରେ 120 ଡଲାର ଆର୍ଥିକ କ୍ଷତି ହେବା ଆଶଙ୍କା ରହିଛି । ଯାହା ଏବେ ବଢି 234.4 ଅରବ ଡଲାର ରହିବା ଅନୁମାନ ଅଛି । ଏହା ପୂର୍ବରୁ ଆଶା କରାଯାଉଥିଲା କି କ୍ୟାଲେଣ୍ଡର ବର୍ଷ 2020ରେ ଅଢେଇ ପ୍ରତିଶତ ବୃଦ୍ଧି ରେକର୍ଡ ରହିଛି । ଯାହାକୁ ଏବେ ହ୍ରାସ କରି ଶୂନ୍ୟ କରାଯାଇଛି ।

ଅନ୍ୟପଟେ ଆର୍ଥିକ ବର୍ଷ 2020-21 ପୂର୍ବରୁ 3.5 ପ୍ରତିଶତର ବୃଦ୍ଧି ଅନୁମାନ କରାଯାଉଥିଲା । ଯାହା ଏବେ ହ୍ରାସ ପାଇ 0.8 ପ୍ରତିଶତ ହୋଇଛି ।

ABOUT THE AUTHOR

...view details