ଓଡିଶା

odisha

ETV Bharat / business

ଲଗାତାର 5 ମାସ ଧରି ରପ୍ତାନୀ ହ୍ରାସ, ସଙ୍କୁଚିତ ବାଣିଜ୍ୟ ନିଅଣ୍ଟ - trade deficit narrows

ଜୁଲାଇ ମାସରେ ରପ୍ତାନୀ କ୍ଷେତ୍ରରେ 10.21 ପ୍ରତିଶତ ହ୍ରାସ ହୋଇ 23.64 ଅରବ ଡଲାରରେ ପହଞ୍ଚିଛି । ଏହାକୁ ମିଶାଇ ଲଗାତାର 5 ମାସ ଧରି ଦେଶରେ ରପ୍ତାନୀ ସେକ୍ଟର ତଳମୁହାଁ ହେବାକୁ ଲାଗିଛି । ଅଧିକ ପଢନ୍ତୁ..

Exports fall 10.21pc in July, trade deficit narrows to USD 4.83 billion
Exports fall 10.21pc in July, trade deficit narrows to USD 4.83 billion

By

Published : Aug 15, 2020, 3:04 PM IST

ନୂଆଦିଲ୍ଲୀ: ଭାରତରେ ଲଗାତାର 5 ମାସ ଧରି କମିଛି ରପ୍ତାନୀ । ଜୁଲାଇ ମାସରେ ରପ୍ତାନୀ କ୍ଷେତ୍ରରେ 10.21 ପ୍ରତିଶତ ହ୍ରାସ ହୋଇ 23.64 ଅରବ ଡଲାରରେ ପହଞ୍ଚିଛି । ଶୁକ୍ରବାର ଜାରି ଏକ ସରକାରୀ ରିପୋର୍ଟରୁ ଏ ନେଇ ସୂଚନା ମିଳିଛି ।

ଜୁଲାଇ ମାସରେ ରପ୍ତାନୀ ହ୍ରାସ ହେବାର ମୁଖ୍ୟ କାରଣ ପେଟ୍ରୋଲିୟମ , ଚମଡା ଏବଂ ରତ୍ନ ଆଭୂଷଣ ଆଦି ରପ୍ତାନୀ କମ ହୋଇଛି । ତେବେ ଗତ କିଛି ମାସ ଧରି ଏହି ସେକ୍ଟରରେ ହେଉଥିବା ହ୍ରାସକୁ ଦେଖିବାକୁ ଗଲେ ଜୁଲାଇ ମାସରେ ସାମାନ୍ୟ ସୁଧାର ଦେଖାଦେଇଛି ।

ଏହା ପୂର୍ବରୁ ରପ୍ତାନୀ ଏପ୍ରିଲରେ 60.28 ପ୍ରତିଶତ, ମେ’ ରେ 36.47 ପ୍ରତିଶତ ଓ ଜୁନ ମାସରେ 12.41 ପ୍ରତିଶତ ହ୍ରାସ ହୋଇଥିଲା । ରିପୋର୍ଟ ଅନୁସାରେ ଜୁଲାଇ ମାସରେ ଆମଦାନୀ ମଧ୍ୟ 28.4 ପ୍ରତିଶତ ହ୍ରାସ ହୋଇ 28 .47 ଅରବ ଡଲାରରେ ପହଞ୍ଚିଛି । ଫଳରେ ବାଣିଜ୍ୟ ନିଅଣ୍ଟ କମ ହୋଇ 4.38 ଅରବ ଡଲାର ହୋଇଛି । ଜୁନ୍ ମାସରେ, 18 ବର୍ଷରୁ ଅଧିକ ସମୟ ମଧ୍ୟରେ ପ୍ରଥମ ଥର ପାଇଁ ଭାରତରେ ବାଣିଜ୍ୟ ନିଅଣ୍ଟ ନଥିଲା ।

ଜୁଲାଇ ମାସରେ ଅଶୋଧିତ ତୈଳ ଆମଦାନୀ 31.97 ପ୍ରତିଶତ ହ୍ରାସ ପାଇ 6.53 ଅରବ ଡ଼ଲାରରେ ପହଞ୍ଚିଛି। ତେବେ ଏହି ସମୟ ମଧ୍ୟରେ ସୁନା ଆମଦାନୀ 4.17 ପ୍ରତିଶତ ବୃଦ୍ଧି ହୋଇ 1.8 ବିଲିୟନ ଡ଼ଲାରରେ ପହଞ୍ଚିଛି।

ABOUT THE AUTHOR

...view details