ଓଡିଶା

odisha

ETV Bharat / business

8.74 ପ୍ରତିଶତ ଖସିଲା ରପ୍ତାନୀ, ସଙ୍କୁଚିତ ବାଣିଜ୍ୟ ନିଅଣ୍ଟ - ସଙ୍କୁଚିତ ବାଣିଜ୍ୟ ନିଅଣ୍ଟ

ଦେଶରେ ନଭେମ୍ବର ମାସରେ ରପ୍ତାନୀ 8.74 ପ୍ରତିଶତ ହ୍ରାସ 23.52 ଅରବ ଡଲାର ରହିଛି । ଏହି ମାସରେ ଆମଦାନୀ ମଧ୍ୟ 13.32 ପ୍ରତିଶତ ହ୍ରାସ ହୋଇ 33.39 ଅରବ ଡଲାର ରହିଛି । ଏହାଦ୍ବାରା ବାଣିଜ୍ୟ ନିଅଣ୍ଟ କମ ହୋଇ 9.87 ଅରବ ଡଲାର ରହିଛି । ଅଧିକ ପଢନ୍ତୁ..

8.74 ପ୍ରତିଶତ ଖସିଲା ରପ୍ତାନୀ , ସଙ୍କୁଚିତ ବାଣିଜ୍ୟ ନିଅଣ୍ଟ
8.74 ପ୍ରତିଶତ ଖସିଲା ରପ୍ତାନୀ , ସଙ୍କୁଚିତ ବାଣିଜ୍ୟ ନିଅଣ୍ଟ

By

Published : Dec 15, 2020, 10:49 PM IST

ନୂଆଦିଲ୍ଲୀ: ଦେଶରେ ନଭେମ୍ବର ମାସରେ ରପ୍ତାନୀ 8.74 ପ୍ରତିଶତ ହ୍ରାସ 23.52 ଅରବ ଡଲାର ରହିଛି । ଖାସ କରି ପେଟ୍ରୋଲିୟମ, ଇଞ୍ଜିନିୟରିଂ, ରସାୟନ ଓ ରତ୍ନ ଏବଂ ଆଭୂଷଣ ଭଳି ପ୍ରମୁଖ କ୍ଷେତ୍ରର ରପ୍ତାନୀରେ ହ୍ରାସ ଦ୍ବାରା ମୋଟ ରପ୍ତାନୀ କମିଛି ।

ମଙ୍ଗଳବାର ଜାରି ସରକାରୀ ତଥ୍ୟ ଅନୁସାରେ ଆଲୋଚ୍ୟ ମାସରେ ଆମଦାନୀ ମଧ୍ୟ 13.32 ପ୍ରତିଶତ ହ୍ରାସ ହୋଇ 33.39 ଅରବ ଡଲାର ରହିଛି । ଏହା ଦ୍ବାରା ବାଣିଜ୍ୟ ନିଅଣ୍ଟ କମ ହୋଇ 9.87 ଅରବ ଡଲାର ରହିଛି ।

ଚଳିତ ଆର୍ଥିକ ବର୍ଷରେ ଏପ୍ରିଲ-ନଭେମ୍ବର ମଧ୍ୟରେ ରପ୍ତାନୀ 17.76 ପ୍ରତିଶତ କମି 173.66 ଅରବ ଡଲାର ରହିଛି । ଯେତେବେଳେ କି ଆମଦାନୀ 33.55 ପ୍ରତିଶତ କମ ହୋଇ 215.69 ଅରବ ଡଲାର ରହିଛି । ଏହା ଦ୍ବାରାବାଣିଜ୍ୟ ନିଅଣ୍ଟ 2020-21 ଆର୍ଥିକ ବର୍ଷର ପ୍ରଥମ 8 ମାସରେ 42 ଅରବ ଡଲାର ରହିଛି । ଯାହାକି 1 ବର୍ଷର ପୂର୍ବରୁ ଏହି ଅବଧିରେ 113.42 ଅରବ ଡଲାର ରହିଥିଲା । ତଥ୍ୟ ଅନୁସାରେ ନଭେମ୍ବର ମାସରେ ତେଲ ଆମଦାନୀ 43.36 ପ୍ରତିଶତ କମି 6.27 ଡଲାର ଅଛି ।

ABOUT THE AUTHOR

...view details