ଓଡିଶା

odisha

By

Published : Aug 31, 2020, 5:13 PM IST

ETV Bharat / business

ସୁଧୁରୁନି ଶିଳ୍ପ ସ୍ଥିତି, 5 ମାସ ଧରି ତଳମୁହାଁ IIP

ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ଦ୍ବାରା ଜାରି ତଥ୍ୟ ଅନୁସାରେ 2020 ଜୁଲାଇ ମାସରେ ସାର ଛାଡିଲେ ଅନ୍ୟ 7ଟି ପ୍ରମୁଖ ଶିଳ୍ପ କ୍ଷେତ୍ରରେ ହ୍ରାସ ଦେଖାଦେଇଛି । 2019 ଜୁଲାଇ ମାସରେ 8 ପ୍ରମୁଖ କୋର ସେକ୍ଟର ଉତ୍ପାଦନରେ 2.6 ପ୍ରତିଶତ ବଢିଥିଲା । ଅଧିକ ପଢନ୍ତୁ..

Eight core industries' output contracts 9.6 percent  in July
Eight core industries' output contracts 9.6 percent in July

ନୂଆଦିଲ୍ଲୀ: ଲକଡାଉନ କୋହଳ ପରେ ବି ଶିଳ୍ପ ଗତିବିଧି ସ୍ବାଭାବିକ ହୋଇନି । ଫଳରେ ଜୁଲାଇ ମାସରେ ଦେଶର 8 ପ୍ରମୁଖ ଉଦ୍ୟୋଗ ଉତ୍ପାଦନ 9.6 ପ୍ରତିଶତ ହ୍ରାସ ହୋଇଛି । ଏହାକୁ ମିଶାଇ ଲଗାତାର 5ମାସ ଧରି ଏହି ସୂଚକାଙ୍କ ଖସୁଥିବା ଦେଖାଦେଇଛି । ସୋମବାର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ଏ ନେଇ ତଥ୍ୟ ଜାରି କରିଛି ।

ମୁଖ୍ୟତଃ ଇସ୍ପାତ, ରିଫାଇନାରୀ ଉତ୍ପାଦ ଓ ସିମେଣ୍ଟ କ୍ଷେତ୍ରରେ ଖରାପ ପ୍ରଦର୍ଶନ ଯୋଗୁଁ ଔଦ୍ୟୋଗିକ କ୍ଷେତ୍ରର ଉତ୍ପାଦନ ଖସିଛି । 2019 ଜୁଲାଇ ମାସରେ 8 ପ୍ରମୁଖ କୋର ସେକ୍ଟର ଉତ୍ପାଦନରେ 2.6 ପ୍ରତିଶତ ବଢିଥିଲା ।

ରିପୋର୍ଟ ଅନୁସାରେ ଜୁଲାଇ ମାସରେ ସାରକୁ ବାଦ ଦେଲେ ବଳକା 7 ପ୍ରମୁଖ କ୍ଷେତ୍ରରେ ଉତ୍ପାଦନ ଖସିଛି । ସମୀକ୍ଷାଧିନ ଅବଧିରେ ଇସ୍ପାଦ, ରିଫାଇନାରୀ ଉତ୍ପାଦ, ସିମେଣ୍ଚ , ପ୍ରାକୃତିକ ଗ୍ୟାସ, କୋଇଲା , ଅଶୋଧିତ ତୈଳ ଓ ବିଦ୍ୟୁତ ଉତ୍ପାଦନ କ୍ରମଶଃ 16.5 , 13.9 , 13.5 , 10.2 , 5.7 , 4.9 ଓ 2.3 ପ୍ରତିଶତ ତଳକୁ ଖସିଛି ।

ଅନ୍ୟପଟେ ଜୁଲାଇ ମାସରେ ସାର ଉତ୍ପାଦନ 6.9 ପ୍ରତିଶତ ବଢିଛି । 2019 ଜୁଲାଇରେ ସାର ଉତ୍ପାଦନ 1.5 ପ୍ରତିଶତ ବଢିଥିଲା ।

8ଟି ପ୍ରମୁଖ ଶିଳ୍ପ ମଧ୍ୟରେ କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ, ବିଶୋଧିତ ଉତ୍ପାଦ, ସାର, ଇସ୍ପାତ, ସିମେଣ୍ଟ ଏବଂ ଇଲେକ୍ଟ୍ରିସିଟି ରହିଛି । ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ (ଆଇଆଇପି)ରେ ଏହି 8 ପ୍ରମୁଖ ଶିଳ୍ପ ବା କୋର ଇଣ୍ଡଷ୍ଟ୍ରିଜରେ 40 ପ୍ରତିଶତ ଯୋଗଦାନ ରହିଛି ।

ABOUT THE AUTHOR

...view details