ଓଡିଶା

odisha

By

Published : Oct 9, 2019, 2:57 PM IST

ETV Bharat / business

‘ବିଶ୍ବ ମାନ୍ଦାବସ୍ଥାରେ ଘୋର ପ୍ରଭାବିତ ଭାରତ’

ବିଶ୍ବ ମାନ୍ଦାବସ୍ଥାର ପ୍ରଭାବ ଭାରତରେ ସଫା ସଫା ଦେଖାଦେଉଛି । ଏଥିସହ ଦେଶର 90 ପ୍ରତିଶତ ଦେଶ ଭାରି ମାତ୍ରାରେ କ୍ଷତି ସହୁଛନ୍ତି । ଏଥିରେ ବହୁ ବିକାଶଶୀଳ ରାଷ୍ଟ୍ର ମଧ୍ୟ ରହିଛି । ଏ ନେଇ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ)ର ପ୍ରମୁଖ କ୍ରିଷ୍ଟଲୀନା ଜର୍ଜିୟେବା ସ୍ପଷ୍ଟ କରିଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ମାନ୍ଦାବସ୍ଥା ଦେଇ ଗତି କରୁଛି ବିଶ୍ବ ଅର୍ଥନୀତି । ଯେଉଁଥିପାଇଁ ଦୁନିଆର 90 ପ୍ରତିଶତ ଦେଶରେ ବିକାର ହାର ହ୍ରାସ ପାଉଛି । ବିଶେଷ କରି ଭାରତ ଭଳି ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଏଥିଯୋଗୁଁ ଅଧିକ ପ୍ରଭାବିତ ହେଉଛି । ଏ ନେଇ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ)ର ପ୍ରମୁଖ କ୍ରିଷ୍ଟଲୀନା ଜର୍ଜିୟେବା କହିଛନ୍ତି ।

ଆଇଏମଫ ଓ ବିଶ୍ବ ବ୍ୟାଙ୍କର ବାର୍ଷିକ ବୈଠକ ପୂର୍ବରୁ ଜର୍ଜିୟେବା ମତ ଦେଇଛନ୍ତି ଯେ, ବିଶ୍ବରେ ଧୀମା ଅର୍ଥନୀତି କାରଣରୁ ଚଳିତ ବର୍ଷ ଅଭିବୃଦ୍ଧି ଦର ଦଶକର(10 ବର୍ଷ)ର ସର୍ବନିମ୍ନରେ ସ୍ତରରେ ରହିବ । ତେବେ ଆସନ୍ତା ସପ୍ତାହରେ ବିଶ୍ବ ଆର୍ଥିକ ପରିସଂଖ୍ୟନ ରିପୋର୍ଟ ପ୍ରକାଶ ପାଇବ । ତାହା ଅନୁଯାୟୀ ବିକାଶ ଦର ନିର୍ଦ୍ଧାରିତ ହେବ ବୋଲି ଆଇଏମଏଫ ପ୍ରମୁଖ କହିଛନ୍ତି ।

ବର୍ତ୍ତମାନ ସମୟରେ ପ୍ରାୟ 40 ପ୍ରତିଶତ ବିକାଶଶୀଳ ଅର୍ଥବ୍ୟବସ୍ଥାର ବାସ୍ତବିକ ଜିଡିପି(ମୋଟ ଘରୋଇ ଉତ୍ପାଦ) ଦର 5 ପ୍ରତିଶତରୁ ଉର୍ଦ୍ଧ୍ବ ରହିଛି । କିନ୍ତୁ ଭାରତ ଓ ବ୍ରାଜିଲ ଭଳି ବିକଶିତ ଅର୍ଥବ୍ୟବସ୍ଥା ଧୀମା ପଡିଯାଉଥିବା ଦେଖିବାକୁ ମିଳିଛି । ଏପରିକି ଚୀନର ଜିଡିପି ମଧ୍ୟ କ୍ରମଶଃ ଖସୁଛି । ତେବେ ଏସବୁରୁ ମୁକୁଳିବା ପାଇଁ ଋଣ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ତଥା ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମକୁ ଦ୍ରୁତତର କରିବାକୁ ବିଶ୍ବ ବ୍ୟାଙ୍କ ସିଇଓ କ୍ରିଷ୍ଟଲୀନା ଜର୍ଜିୟେବା ପରାମର୍ଶ ଦେଇଛନ୍ତି ।

ABOUT THE AUTHOR

...view details