ଓଡିଶା

odisha

ETV Bharat / business

‘ଅର୍ଥବ୍ୟବସ୍ଥା ସର୍କସର ସିଂହ ହେଲେ, ରିଙ୍ଗମାଷ୍ଟର ଲାଠିର ଜବାବ ଦିଅନ୍ତା’ - ପି ଚିଦାମ୍ବରମ

ସର୍କସର ସିଂହ , ଯିଏ ରିଙ୍ଗ ମାଷ୍ଟର ଲାଠିର ଜବାବ ଦିଏ , ଏହାକୁ ଅର୍ଥବ୍ୟବସ୍ଥା ସହ ତୁଳନା କରି ଚିଦାମ୍ବରମ ସରକାରଙ୍କୁ ଟାର୍ଗେଟ କରି ଲୋକଙ୍କ ଦୟନୀୟ ସ୍ଥିତିର ସୁଧାର ପାଇଁ ଯୁକ୍ତି ବାଢିଛନ୍ତି । ଅଧିକ ପଢନ୍ତୁ..

ଅର୍ଥବ୍ୟବସ୍ଥା ଏକ ସର୍କସର ସିଂହ ହୁଅନ୍ତା ହେଲେ ! ଯିଏ ରିଙ୍ଗମାଷ୍ଟର ଲାଠିର ଜବାବ ଦିଅନ୍ତା
ଅର୍ଥବ୍ୟବସ୍ଥା ଏକ ସର୍କସର ସିଂହ ହୁଅନ୍ତା ହେଲେ ! ଯିଏ ରିଙ୍ଗମାଷ୍ଟର ଲାଠିର ଜବାବ ଦିଅନ୍ତା

By

Published : Oct 22, 2020, 9:33 PM IST

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର , ସେବି ପ୍ରମୁଖ ଏବଂ ଅର୍ଥନୈତିକ ବ୍ୟାପାର ସଚିବଙ୍କ ସଦ୍ୟ ବୟାନକୁ ନେଇ ଗୁରୁବାର ସରକାରଙ୍କୁ ଆକ୍ରମଣ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ । ସେ କହିଛନ୍ତି ପ୍ରାୟ ଅଧା ଜନସଂଖ୍ୟାଙ୍କ ହାତରେ ଟଙ୍କା ଓ ଗରିବଙ୍କ ଥାଳିରେ ଭୋଜନ ପହଞ୍ଚିଲେ ଅର୍ଥବ୍ୟବସ୍ଥାରେ ସୁଧାର ଆସିପାରିବ ।

ଅର୍ଥବ୍ୟବସ୍ଥା ଏକ ସର୍କସର ସିଂହ ହୁଅନ୍ତା ହେଲେ ! ଯିଏ ରିଙ୍ଗମାଷ୍ଟର ଲାଠିର ଜବାବ ଦିଅନ୍ତା

ପୂର୍ବତନ ଅର୍ଥ ମନ୍ତ୍ରୀ ଚିଦାମ୍ବରମ ଟ୍ବିଟ କରି ଜଣାଇଛନ୍ତି କି, ‘‘ ଆରବିଆଇ ଗଭର୍ଣ୍ଣର, ସେବି ଅଧ୍ୟକ୍ଷ ତଥା ଅର୍ଥନୈତିକ ବ୍ୟାପାର ସଚିବ ଗୋଟିଏ ଦିନରେ ସମାନ ପ୍ରସଙ୍ଗରେ ମତ ରଖିଛନ୍ତି.. କଣ ଏହା କୌତୁହଳପ୍ରଦ ନୁହେଁ କି ? ଏହି ତିନିଜଣ ଅର୍ଥନୀତି ଉପରେ କଥାବାର୍ତ୍ତା କରିବାକୁ ଚେଷ୍ଟା କରିଛନ୍ତି ।’’

ଚିଦାମ୍ବରମ କଟାକ୍ଷ କରି କହିଛନ୍ତି କି, ଯଦି ଅର୍ଥନୀତି ଏକ ସର୍କସର ସିଂହ ହୋଇଥାନ୍ତା, ଯାହା ରିଙ୍ଗମାଷ୍ଟରଙ୍କ ଲାଠି ଅନୁସରଣ କରି ଚାଲନ୍ତା ! ତାଙ୍କ କହିବାନୁସାରେ, ଯଦି ସରକାର ନିମ୍ନଶ୍ରେଣୀର ଅର୍ଦ୍ଧେକ ପରିବାର ଲୋକଙ୍କ ହାତରେ ଟଙ୍କା ନ ଦିଅନ୍ତି ଏବଂ ଗରିବଙ୍କ ଥାଳିରେ ଖାଦ୍ୟ ନ ଦିଅନ୍ତି, ତେବେ ଅର୍ଥନୀତିରେ ଉନ୍ନତି ହେବ ନାହିଁ ।

ସେହିପରି ଚିଦାମ୍ବରମ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥମନ୍ତ୍ରାଳୟକୁ ଟ୍ୟାଗ କରି କହିଛନ୍ତି କି, ‘‘ ଯାହା ମୁଁ କରୁଛି, ତାହା ଉପରେ ଯଦି ଆପଣଙ୍କ ସନ୍ଦେହ ଅଛି , ତେବେ ବାସ ଆପଣ ବିହାରର ମତଦାତାଙ୍କ ସ୍ବର ଶୁଣନ୍ତୁ । ସେମାନଙ୍କ ପାଇଁ କୌଣସି କାମ ନାହିଁ କି କିଛି ଆୟ ନାହିଁ । ଏବେ ସେମାନଙ୍କ ବିଚାର କେବଳ ଜୀବିତ ବଞ୍ଚିବା ପାଇଁ କେନ୍ଦ୍ରୀଭୂତ ରହିଛି , ନା କି ଖର୍ଚ୍ଚ କରିବା ଉପରେ ।

ପ୍ରକାଶ ଯେ, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ , ଭାରତୀୟ ପ୍ରତିଭୂମି ଓ ବିନିମୟ ବୋର୍ଡ (ସେବିଃର ପ୍ରମୁଖ ଅଜୟ ତ୍ୟାଗୀ ଓ ଆର୍ଥିକ ମାମଲାର ସଚିବ ତରୁଣ ବଜାଜ ବୁଧବାର ଅଲଗା ଅଲଗା ଅବସରରେ ଅର୍ଥବ୍ୟବସ୍ଥା ସନ୍ଦର୍ଭରେ ବିବୃତ୍ତି ରଖିଛନ୍ତି ।

ABOUT THE AUTHOR

...view details