ଓଡିଶା

odisha

By

Published : Feb 26, 2021, 4:57 PM IST

ETV Bharat / business

ଜାନୁଆରୀରୁ ସୁଧୁରୁଛି ଅର୍ଥନୀତି: ଇକ୍ରା

ଚଳିତ ବର୍ଷ ଜାନୁଆରୀରେ ଭାରତରେ ଆର୍ଥିକ ସୁଧାର ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରୁଛି । ନିବେଶ ସୂଚନା ଏଜେନ୍ସି ICRA ଏନେଇ ସୂଚନା ଦେଇଛି । ଅଧିକ ପଢନ୍ତୁ..

ଜାନୁଆରୀରୁ ସୁଧୁରୁଛି ଅର୍ଥନୀତି : ଇକ୍ରା
ଜାନୁଆରୀରୁ ସୁଧୁରୁଛି ଅର୍ଥନୀତି : ଇକ୍ରା

ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରୀରେ ଭାରତରେ ଆର୍ଥିକ ସୁଧାର ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରୁଛି । ଗତ ବର୍ଷ ଡିସେମ୍ବର ପରେ ଉପଲବ୍ଧ ପ୍ରାରମ୍ଭିକ ଅର୍ଥନୈତିକ ସୂଚକାଙ୍କ ଅନୁଯାୟୀ ବାର୍ଷିକ ଭିତ୍ତିରେ ଅର୍ଥନୀତି ଚଳିତ ବର୍ଷ ଜାନୁଆରୀରେ ଗତିଶୀଳ ରହିଛି । ନିବେଶ ସୂଚନା ଏଜେନ୍ସି ICRA ଏନେଇ ସୂଚନା ଦେଇଛି ।

ଇକ୍ରା ଅନୁସାରେ ଭାରତୀୟ ଅର୍ଥନୀତିରେ ଅନ୍ତର୍ନିହିତ ଅଭିବୃଦ୍ଧିର ଗତି ବଢିଚାଲିଛି ଏବଂ ଆର୍ଥିକ ବର୍ଷ 2020-21ର ଚତୁର୍ଥ ତ୍ରୟମାସରେ ଜିଡିପି ଭଲ ରହିବା ଅନୁମାନ ରହିଛି । ଡିସେମ୍ବର 2020 ତୁଳନାରେ 2021 ଜାନୁଆରୀରେ ରେ ଛଅଟି ସୂଚକ ଉନ୍ନତ ପ୍ରଦର୍ଶନ ଦେଖାଇଲା । ଏହି ସୂଚକ ମଧ୍ୟରେ ତୈଳ ରପ୍ତାନୀ, ବିଦ୍ୟୁତ ଉତ୍ପାଦନ, ରେଳ ମାଲ ପରିବହନ ଟ୍ରାଫିକ, ସ୍କୁଟର ଉତ୍ପାଦନ, ଡିଜେଲ ବ୍ୟବହାର ଏବଂ ଘରୋଇ ବିମାନ ଚଳାଚଳ ରହିଛି ।

ଜାନୁଆରୀ 2021 ରେ ଅର୍ଥନୈତିକ ପୁନରୁଦ୍ଧାର ଏକ ଏକୀକରଣ ପର୍ଯ୍ୟାୟରେ ପ୍ରବେଶ କରିଛି ।

ABOUT THE AUTHOR

...view details