ଓଡିଶା

odisha

ETV Bharat / business

ଅଣାୟତ ଅଟୋ ସେକ୍ଟର, ଏବେ ନିବେଶର ନାହିଁ ଆଶା : ସିଆମ ଅଧ୍ୟକ୍ଷ - ସିଆମ ସଭାପତି ରାଜନ ୱାଧେରା

ପୂର୍ବରୁ ପ୍ରବଳ କ୍ଷତିରେ ଚାଲିଥିବା ଅଟୋ ସେକ୍ଟର ଉପରେ ବୋଝ ହୋଇଛି କୋରୋନା ସଙ୍କଟ । ଚାହିଦା ନଥିବାରୁ ବିକ୍ରି ନାହିଁ । ଫଳରେ ଲଗାତାର ହ୍ରାସ ପାଉଛି କମ୍ପାନୀ ରାଜସ୍ବ । ଏଥିମଧ୍ୟରେ ନିବେଶର ଆଶା ମଉଳିଯାଇଛି । ଅଧିକ ପଢନ୍ତୁ..

ଅଣାୟତ ଅଟୋ ସେକ୍ଟର
ଅଣାୟତ ଅଟୋ ସେକ୍ଟର

By

Published : Jul 14, 2020, 8:14 PM IST

ନୂଆଦିଲ୍ଲୀ: ପୂର୍ବରୁ ସଙ୍କଟଗ୍ରସ୍ଥ ଅଟୋ ଉଦ୍ୟୋଗକୁ ଆହୁରୀ ଦୁର୍ବଳ କରିଦେଇଛି କୋଭିଡ-19 ସଙ୍କଟ । ଆଉ ବର୍ତ୍ତମାନ ସମୟରେ ଏହି ସେକ୍ଟରରେ କୌଣସି ପ୍ରକାଶ ନିବେଶ ହେବା ଦେଖାଯାଉନାହିଁ ବୋଲି ଅନୁମାନ କରି କହିଛନ୍ତି ସିଆମ ସଭାପତି ରାଜନ ୱାଧେରା ।

ସେ କହିଛନ୍ତି କି, ବର୍ତ୍ତମାନ ସମୟରେ କମ୍ପାନୀଗୁଡିକ କୌଣସି ପ୍ରକାର ନୂଆ ଟେକ୍ନୋଲୋଜିରେ ନିବେଶ କରିବା ସ୍ଥିତିରେ ନାହାନ୍ତି । ଏପରି ସ୍ଥିତିରେ ଇ-ଯାନ କ୍ରାନ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ସମର୍ଥନ ଆବଶ୍ୟକ। ଭାରତ ଏହି ସୁଯୋଗକୁ ହାତଛଡ଼ା କରିପାରିବ ନାହିଁ ।

ଭିଡିଓ କନଫରେନ୍ସ ଜରିଆରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ୱାଧେରା କହିଛନ୍ତି ଯେ ଲକଡାଉନରୁ ରିଲିଫ ପରେ କମ୍ପାନୀଗୁଡିକ ଧୀରେ ଧୀରେ ଗାଡି ଉତ୍ପାଦନ ଆରମ୍ଭ କରିଛନ୍ତି। କିନ୍ତୁ କାରଖାନାଗୁଡ଼ିକ ସେମାନଙ୍କର କ୍ଷମତାଠାରୁ ବହୁତ କମ ସ୍ତରରେ କାର୍ଯ୍ୟ କରୁଛନ୍ତି ।

ସେ କହିଛନ୍ତି, 2018 ର ସର୍ବୋଚ୍ଚ ସ୍ତରରେ ପହଞ୍ଚିବାକୁ ଆହୁରି ତିନିରୁ ଚାରି ବର୍ଷ ଲାଗିବ। ତେଣୁ (ବର୍ତ୍ତମାନର ଆବଶ୍ୟକତା ପୂରଣ କରିବା ପାଇଁ) ଯାନ କମ୍ପାନୀଗୁଡିକର ଯଥେଷ୍ଟ କ୍ଷମତା ଅଛି । ଯେଉଁଥିପାଇଁ ଏହି ସେକ୍ଟରରେ କୌଣସି ପ୍ରକାର ନିବେଶ ଆବଶ୍ୟକ ନାହିଁ । ଏହା ବ୍ୟତୀତ ଅଟୋମୋବାଇଲ ଶିଳ୍ପ BS-4 ରୁ BS-6 ସିଷ୍ଟମରେ ପରିବର୍ତ୍ତନ ପାଇଁ ତିନି ବର୍ଷରୁ କମ ସମୟରେ ବହୁ ନିବେଶ କରିଛି ।

ଅଟୋ ସେକ୍ଟରକୁ ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ଶ୍ରେଣୀ ଗାଡି ବିକ୍ରିରେ 26ରୁ 45 ପ୍ରତିଶତ ହ୍ରାସ ସହିବାକୁ ପଡିପାରେ ବୋଲି ୱାଧେରା ଆଶଙ୍କା କରିଛନ୍ତି । ସେ କହିଛନ୍ତି କି, ଚାହିଦା ନଥିବାକୁ ଏହି ସେକ୍ଟରରେ କେହି ନିବେଶ କରିବ ନାହିଁ । ଏବର୍ଷରେ ପୂର୍ବ ବର୍ଷ ସ୍ଥିତିକୁ ଯୋଡିଲେ 2 ବର୍ଷରେ 50 ପ୍ରତଶତ ହ୍ରାସ ଦେଖିବାକୁ ମିଳିପାରେ ।

ABOUT THE AUTHOR

...view details