ଓଡିଶା

odisha

ଟ୍ୟାକ୍ସ ଫ୍ରି ରହିବ ପିଏମ କେୟାର୍ସ ପାଣ୍ଠିକୁ ଦାନ ଟଙ୍କା

By

Published : Apr 1, 2020, 11:28 PM IST

ଯେପରି ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ରିଲିଫ କୋଷକୁ ଯୋଗଦାନ ଦେବା ଉପରେ ଟିକସ ରିହାତି ମିଳେ ସେହିପରି ପ୍ରଧାନମନ୍ତ୍ରୀ କର୍ପସ ପାଣ୍ଠିକୁ ଦିଆଯାଉଥିବା ଦାନ ଉପରେ 100 ପ୍ରତିଶତ ରିହାତି ଦେବାକୁ ଅଧ୍ୟାଦେଶ ଜାରି କରାଯାଇଛି ।

pm cares fund
ଟ୍ୟାକ୍ସ ଫ୍ରି ରହିବ ପିଏମ କେୟାର୍ସ ପାଣ୍ଠିକୁ ଦାନ ଟଙ୍କା

ନୂଆଦିଲ୍ଲୀ. କୋରୋନା ଭାଇରସର ମୁକାବିଲା ପାଇଁ ସରକାର ଗଠନ କରିଛନ୍ତି ପିଏମ କେୟାର୍ସ ପାଣ୍ଠି । ଏହି ପାଣ୍ଠିକୁ ଦାନ ହେଉଥିବା ସମସ୍ତ ଟଙ୍କା ଶତ ପ୍ରତିଶତ ଟିକସ ଫ୍ରି କରାଯାଇଛି । ବୁଧବାର ଏ ନେଇ ଏକ ଅଧ୍ୟାଦେଶ ଜରିଆରେ ଏହାକୁ ଆଇନରେ ପରିଣତ କରାଯାଇଛି ।

ଏହି ସଙ୍କଟ ମଧ୍ୟରେ କରଦାତା ଓ କାରବାରୀଙ୍କୁ ଆୟକର, ଜିଏସଟି, ସୀମା ଶୁଳ୍କ ଏବଂ ଏକ୍ସାଇଜ୍ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ, ଆୟକର ଛାଡ ପାଇବା ପାଇଁ ବିଭିନ୍ନ ନିବେଶ ଓ ପେମେଣ୍ଟ ମାମଲାରେ ଆଶ୍ବସ୍ତି ଦେବା ଭଳି ତମାମ ପଦକ୍ଷେପକୁ ଆଇନଗତ ଭାବରେ କାର୍ଯ୍ୟକାରୀ କରିବାକୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ମଙ୍ଗଳବାର ଟିକସ ଏବଂ ଅନ୍ୟାନ୍ୟ ଆଇନ (ବିଭିନ୍ନ ବ୍ୟବସ୍ଥାରେ ରିଲିଫ୍) ଅର୍ଡିନାନ୍ସ 2020 ଉପରେ ରାଷ୍ଟ୍ରପତି ତାଙ୍କ ସୁପାରିଶ ଦେଇଛନ୍ତି । ଯେପରି ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ରିଲିଫ କୋଷକୁ ଯୋଗଦାନ ଦେବା ଉପରେ ଟିକସ ରିହାତି ମିଳେ ସେହିପରି ପ୍ରଧାନମନ୍ତ୍ରୀ କର୍ପସ ପାଣ୍ଠିକୁ ଦିଆଯାଉଥିବା ଦାନ ଉପରେ 100 ପ୍ରତିଶତ ରିହାତି ଦେବାକୁ ବ୍ୟବସ୍ଥା କରାଯାଇଛି ।

ଜଣେ ଅଧିକାରୀ କହିଛନ୍ତି ଯେ, ‘‘ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ଦିଆଯାଉଥିବା ଦାନ ଉପରେ ଆୟକର ଆଇନ ଧାରା 80ଜି ଅଧିନରେ 100 ପ୍ରତିଶତ ଟିକସ ରିହାତି ମିଳିବ । ପିଏମ କେୟାର୍ସ ପଣ୍ଡରେ ଦିଆଯାଇଥିବା ଦାନ ଉପରେ ମୋଟ ଆୟର 10 ପ୍ରତିଶତ ରିହାତି ସୀମା ମଧ୍ୟ ଲାଗୁ ହେବ ନାହିଁ। "

ABOUT THE AUTHOR

...view details