ଓଡିଶା

odisha

By

Published : Dec 12, 2019, 2:27 PM IST

ETV Bharat / business

ଘନଉଛି ମାନ୍ଦାବସ୍ଥା, ପ୍ରସ୍ତୁତ ରୁହ ରାଷ୍ଟ୍ରାୟତଃ ବ୍ୟାଙ୍କ: ଶକ୍ତିକାନ୍ତ

ବ୍ୟାଙ୍କ ଗୁଡିକୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ପରାମର୍ଶ । ବର୍ତ୍ତମାନର ଆର୍ଥିକ ସ୍ଥିତିକୁ ଦେଖିବାକୁ ଗଲେ ବହୁତ ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ । ଏଥିପାଇଁ ସାର୍ବଜନୀନ ବ୍ୟାଙ୍କକୁ ଏହାର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ହେବ ।

current situation may pose some challenges rbi guv to banks
ଘନଉଛି ମାନ୍ଦାବସ୍ଥା, ପ୍ରସ୍ତୁତ ରୁହ ରାଷ୍ଟ୍ରାୟତ ବ୍ୟାଙ୍କ : ଶକ୍ତିକାନ୍ତ


ମୁମ୍ବାଇ: ଆରବିଆଇ ପାଇଁ ବର୍ତ୍ତମାନର ଆର୍ଥିକ ପରିସ୍ଥିତି ବହୁତ ଚ୍ୟାଲେଞ୍ଜିଂ ରହିପାରେ । ଏଥିପାଇଁ ବ୍ୟାଙ୍କଗୁଡିକୁ ଏହାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ତୟାର ରହିବାକୁ ହେବ । ବୁଧବାର ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ନେଇ ବ୍ୟାଙ୍କଗୁଡିକୁ ପରାମର୍ଶ ଦେଇ ଅର୍ଥବ୍ୟବସ୍ଥା ସୁଧାରିବା ପାଇଁ କହିଛନ୍ତି ।

ସାର୍ବଜନୀନ କ୍ଷେତ୍ରରେ ବ୍ୟାଙ୍କ ପ୍ରମୁଖଙ୍କ ସହ କଥାବାର୍ତ୍ତା ହୋଇ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସୁଧାର ଆସୁଛି ଏବଂ ଏହା ମଜବୁତ ରହିବା ଦରକାର ।

ଶକ୍ତିକାନ୍ତ ଦାସଙ୍କ ଏହି ମନ୍ତବ୍ୟ ଏପରି ସମୟରେ ଆସିଛି, ଯେତେବେଳେ କି ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈୟମାସରେ ମୋଟ ଘରୋଇ ଉତ୍ପାଦ(ଜିଡିପି) 4.5 ପ୍ରତିଶତକୁ ଖସିଛି । ଏହାକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ 2020 ବର୍ଷର ଅଭିବୃଦ୍ଧି ଦର 5 ପ୍ରତିଶତକୁ କମାଇଛି ।

ABOUT THE AUTHOR

...view details