ମୁମ୍ବାଇ: ରବି ଫସଲ ଅମଳ ଏବଂ ହିନ୍ଦୁ ନବ ବର୍ଷର ଭଳି ପାର୍ବଣ ମଧ୍ୟରେ ମାର୍ଚ୍ଚ ଓ ଏପ୍ରିଲ ମାସରେ ଦେଶରେ ଅଧିକ ମୁଦ୍ରା ପ୍ରଚଳନ ହୋଇଛି । ଯେତେବେଳେ କି ମେ ମେ ମାସରୁ ଜୁଲାଇ ମଧ୍ୟରେ ଏଥିରେ ହ୍ରାସ ଦେଖାଦେଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ଡକ୍ୟୁମେଣ୍ଟରେ ଏ ନେଇ କୁହାଯାଇଛି ।
କେନ୍ଦ୍ରୀୟ ବ୍ୟାଙ୍କ କାର୍ଯ୍ୟରତ ଜନକ ରାଜ, ଇନ୍ଦ୍ରାଣୀ ଭଟ୍ଟାଚାର୍ଯ୍ୟ, ସମୀର ରଞ୍ଜନ ବେହେରା, ଜଇସ ଜନ ଓ ଭୀମପ୍ପା ଅର୍ଜୁଲ ତଲୱାର ମିଳିତ ଭାବେ ଏହି ଆର୍ଟିକଲ ପ୍ରସ୍ତୁତ କରିଛନ୍ତି । ସେ ନିଜ ରିପୋର୍ଟ ‘ମଡେଲିଂ ଆଣ୍ଡ ଫରକାଷ୍ଟିଙ୍ଗ କରେନ୍ସି ଡିମାଣ୍ଡ ଇନ ଇଣ୍ଡିଆ : ଏ ହେଟେରୋଡକ୍ସ ଆପ୍ରୋଚ’ରେ ଏ ନେଇ ସୂଚନା ଦେଇଛନ୍ତି ।