ଓଡିଶା

odisha

ETV Bharat / business

ଦେଶମାନଙ୍କୁ ବ୍ୟାପର ଖୋଲା ରଖିବାକୁ ଅନୁରୋଧ, ନଚେତ... - ରପ୍ତାନୀ ନିୟନ୍ତ୍ରଣ

କୋରୋନା ଭାଇରସ ମହାମାରୀରେ ସମଗ୍ର ବିଶ୍ବ ପ୍ରଭାବିତ । ଏଭଳି ସମୟର ମୁକାବିଲା ପାଇଁ ଚିକିତ୍ସା ସାମଗ୍ରୀ ଯୋଗାଣ ଓ ଅନ୍ୟ ଅତ୍ୟାବଶ୍ୟକ ବସ୍ତୁ ରପ୍ତାନୀ ଉପରେ ନିୟନ୍ତ୍ରଣ କଲେ ସ୍ଥିତି ଆହୁରି ଖରାପ ହେବାର ସମ୍ଭାବନା ରହିଛି । ଅଧିକ ପଢ଼ନ୍ତୁ...

world bank urges countries to keep trade open
ଦେଶମାନଙ୍କୁ ବ୍ୟାପର ଖୋଲା ରଖିବାକୁ ଅନୁରୋଧ, ନଚେତ...

By

Published : Apr 21, 2020, 1:11 AM IST

ୱାସିଂଟନ: କୋରୋନା ସଙ୍କଟ ମଧ୍ୟରେ ସମସ୍ତ ଦେଶ ବ୍ୟାପର ଖୋଲା ରଖିବାକୁ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ) ଓ ବିଶ୍ବ ବ୍ୟଙ୍କ ଗ୍ରୁପ (ଡବ୍ଲୁବିଜି) ଅନୁରୋଧ କରିଛି ।

ଏଥିସହ ଆଇଏମଏଫ ଓ ଡବ୍ଲୁବିଜି ଚେତାବନୀ ଦେଇଛନ୍ତି କି, କୋରୋନା ଭାଇରସ ମହାମାରୀରେ ସମଗ୍ର ବିଶ୍ବ ପ୍ରଭାବିତ । ଏଭଳି ସମୟର ମୁକାବିଲା ପାଇଁ ଚିକିତ୍ସା ସାମଗ୍ରୀ ଯୋଗାଣ ଓ ଅନ୍ୟ ଅତ୍ୟାବଶ୍ୟକ ବସ୍ତୁ ରପ୍ତାନୀ ଉପରେ ନିୟନ୍ତ୍ରଣ କଲେ ସ୍ଥିତି ଆହୁରି ଖରାପ ହେବା ସମ୍ଭାବନା ରହିଛି ।

ଉଭୟ ବହୁପକ୍ଷୀୟ ଅନୁଷ୍ଠାନର ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଆଇଏମଏଫ ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ କହିଛନ୍ତି ଯେ, ବର୍ତ୍ତମାନ ସମଗ୍ର ବିଶ୍ୱରେ ଚିକିତ୍ସା ସାମଗ୍ରୀ ଏବଂ ଅତ୍ୟାବଶ୍ୟକ ଉପକରଣ ବାଣିଜ୍ୟ ଉପରେ ପ୍ରତିବନ୍ଧକ ଲଗାଇବା ସମୟ ନୁହେଁ ।

ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ‘‘ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଆମ ଭବିଷ୍ୟତ ଯେପରି ପୁଣି ପୂର୍ବବସ୍ଥାକୁ ଫେରି ଯାଉ । ବୈଶ୍ବିକରଣରୁ ପ୍ରାପ୍ତ ସମସ୍ତ ଲାଭ ଓଲଟି ନ ଯାଉ ।

ABOUT THE AUTHOR

...view details