ଚେନ୍ନାଇ: ବର୍ତ୍ତମାନର ଅର୍ଥନୀତି ମାନ୍ଦା ନୁହେଁ ବରଂ ଧୀମେଇପଡିଛି । ମାଡ୍ରାସ ସ୍କୁଲ ଅଫ ଇକୋନମିରେ ମାନ୍ଦା ଅର୍ଥନୀତିକୁ ନେଇ ଅନୁଷ୍ଠିତ ଏକ ଆଲୋଚନା ଚକ୍ର ଯୋଗ ଦେଇ ଏହା କହିଛନ୍ତି ଆରବିଆଇ ପୂର୍ବତନ ଗଭର୍ଣ୍ଣର ରଙ୍ଗରାଜନ। ଏହି କାର୍ଯ୍ୟକ୍ରମରେ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ମଧ୍ୟ ସାମିଲ ଥିଲେ।
ମାନ୍ଦା ଅର୍ଥ ବ୍ୟବସ୍ଥାକୁ ନେଇ ସରଗରମ ଦେଶ । ସବୁ ମାହୋଲରେ ଅର୍ଥନୀତିକୁ ନେଇ ଚର୍ଚ୍ଚା । ତେବେ ପୂର୍ବତନ ଗଭର୍ଣ୍ଣର ଏହାକୁ ମାନିବାକୁ ନାରାଜ। ବର୍ତ୍ତମାନର ସ୍ଥିତି ମାନ୍ଦା ନୁହେଁ ବରଂ ଧୀମା ପଡିଯାଇଛି ବୋଲି କହିଛନ୍ତି ରଙ୍ଗରାଜନ।