ଓଡିଶା

odisha

By

Published : Apr 16, 2020, 9:23 AM IST

ETV Bharat / business

କୋରୋନା ସଙ୍କଟ, ମାନ୍ଦାବସ୍ଥା ଚାପରେ ଜର୍ମାନୀ ସମେତ ଏସବୁ ଦେଶ

ବୈଶ୍ବିକ ଚାହିଦା ହ୍ରାସ , ଯୋଗାଣ ଶୃଙ୍ଖଳାରେ ପ୍ରତିବନ୍ଧକ , ଉପଭୋକ୍ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଓ ନିବେଶକଙ୍କ ମଧ୍ୟରେ ଅନିଶ୍ଚିତତା ଯୋଗୁଁ ଏଭଳି ମାନ୍ଦାବସ୍ଥା ଉଭେଇଛି ।

corona virus germany in recession
କୋରୋନା ସଙ୍କଟ, ମାନ୍ଦାବସ୍ଥା ଚାପରେ ଜର୍ମାନୀ ସମେତ ଏ ସବୁ ଦେଶ

ବର୍ଲିନ: କୋରୋନା ମାଡରେ ୟୁରୋପରେ ବୃହତ୍ତମ ଅର୍ଥନୀତି ଜର୍ମାନୀ ଏବେ ମାନ୍ଦାବସ୍ଥା ବୋଝରେ ଦବି ହେଲାଣି । ଆର୍ଥିକ କାର୍ଯ୍ୟକଳାପ ଠପ ଯୋଗୁଁ ମାର୍ଚ୍ଚରେ ଅଭିବୃଦ୍ଧି ଖସିଛି ।

ବୁଧବାର ଜର୍ମାନୀର ଅର୍ଥ ମନ୍ତ୍ରାଣଳୟ କହିଛି ଯେ, ବୈଶ୍ବିକ ଚାହିଦା ହ୍ରାସ , ଯୋଗାଣ ଶୃଙ୍ଖଳାରେ ପ୍ରତିବନ୍ଧକ , ଉପଭୋକ୍ତାଙ୍କର ବ୍ୟବହାରରେ ପରିବର୍ତ୍ତନ ଓ ନିବେଶକଙ୍କ ମଧ୍ୟରେ ଅନିଶ୍ଚିତତା ଯୋଗୁଁ ଏଭଳି ମାନ୍ଦାବସ୍ଥା ଉଭେଇଛି ।

ଆଇଏମଏଫର ରିପୋର୍ଟ ମୁତାବକ ବିକଶିତ ଦେଶ ମଧ୍ୟରେ ଅଧିକ ଦେଶର ଆର୍ଥିକ ବୃଦ୍ଧି ଦର ହ୍ରାସ ପାଇବ । ଏଥିରେ ଜର୍ମାନୀ (-7.0 ପ୍ରତିଶତ), ଆମେରିକା (-5.9 ପ୍ରତିଶତ), ଜାପାନ (-5.2 ପ୍ରତିଶତ), ବ୍ରିଟେନ (-6.5 ପ୍ରତିଶତ), ଫ୍ରାନ୍ସ (-7.2 ପ୍ରତିଶତ), ଇଟାଲୀ (-9.1 ପ୍ରତିଶତ) ଏବଂ ସ୍ପେନ୍ (-8.0 ପ୍ରତିଶତ) ହ୍ରାସ ପାଇପାରେ।

1930 ମହାମାନ୍ଦାବସ୍ଥା ପରେ ଏହା ସବୁଠୁ ବଡ ମାନ୍ଦାସ୍ଥିତି ବୋଲି ଆଇଏମଏଫ ଯୁକ୍ତି ବାଢିଛି ।

ABOUT THE AUTHOR

...view details