ଲଣ୍ଡନ: କୋରୋନା ଭାଇରସ ମହାମାରୀକୁ ପ୍ରତିହିତ ପାଇଁ ବ୍ରିଟେନରେ ଲାଗୁ ଲକଡାଉନ ଯୋଗୁଁ ଅର୍ଥବ୍ୟବସ୍ଥା ଗଭୀର ମାନ୍ଦାବସ୍ଥାରେ ପ୍ରବେଶ କରିଛି । ଦ୍ବିତୀୟ ତ୍ରୟମାସରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) 20.4 ପ୍ରତିଶତ ହ୍ରାସ ହୋଇଛି । ଯାହା ଫଳରେ ଦେଶର ମେରୁଦଣ୍ଡ ଦୁର୍ବଳ ହୋଇପଡିଛି ।
ବ୍ରିଟେନରେ ଲଗାତା 2 ତ୍ରୟମାସ ଧରି ବିକାଶ ଦର ନକରାତ୍ମକ ରହିଛି । ଏଥିଯୋଗୁଁ ଦେଶର ଅର୍ଥବ୍ୟବସ୍ଥା ମାନ୍ଦାବସ୍ଥା ଚାପରେ ରହିଥିବା ଅଫିସିଆଲି କୁହାଯାଇଛି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ରିପୋର୍ଟ ଅନୁସାରେ 2020 ର ପ୍ରଥମ ତ୍ରୟମାସରେ ଅର୍ଥବ୍ୟବସ୍ଥା 2.2. ପ୍ରତିଶତ ଖସିଛି ।