ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ପାଇଲଟ ଆସୋସିଏସନ ସମସ୍ତ ପାଇଲଟଙ୍କୁ ଏକ ଚିଠି ଲେଖିଛି । ବକେୟା ଦରମା ପ୍ରସଙ୍ଗରେ ପରିଚାଳନା ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ହୋଇଥିବା ବୈଠକ ସମ୍ପର୍କରେ ସୂଚନା ଦିଆଯାଇଛି।
ଆସୋସିଏସନ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅଧିକାରୀଙ୍କୁ ଜଣାଇଛି କି, ଦୀର୍ଘ ସମୟ ଧରି ରହିଥିବା ବକେୟା ଦରମାକୁ ଶୀଘ୍ର ପେମେଣ୍ଟ କରାଯାଉ । ଏଥିସହ ପାଇଲଟଙ୍କୁ ତତ୍କାଳ ପ୍ରଭାବ ସହ ଏୟାର ଇଣ୍ଡିଆ ଛାଡିବାକୁ ଅନୁମତି ଦିଅନ୍ତୁ ।