ନୂଆଦିଲ୍ଲୀ: ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେଲେନି ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର । ସୋମବାର ଇଡି କାର୍ଯ୍ୟଳୟରେ ହାଜର ହେବା ଲାଗି ତାଙ୍କୁ ସମନ ଜାରି ହୋଇଥିଲା । କିନ୍ତୁ ସେ ଉପସ୍ଥିତ ନଥିଲେ । ଗତ ସପ୍ତାହରେ ମଧ୍ୟ ସମାନ କାରଣ ଦେଖାଇ ସେ ଇଡି ନିର୍ଦ୍ଦେଶକୁ ଅଣଦେଖା କରିଥିଲେ ।
ଇଡିକୁ ଚନ୍ଦାଙ୍କ ଅଣେଦେଖା, ଲଗାତାର 2 ଥର ହେଲେନି ହାଜର
ଲଗାତାର 2ୟ ଥର ଧରି ଇଡି ସମ୍ମୁଖରେ ହାଜର ହେଲେନି ଚନ୍ଦା କୋଚ୍ଚର । ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସମନ ପରେ ବି ନିର୍ଦ୍ଦେଶକୁ ଅଣେଦଖା କରିଛନ୍ତି ଚନ୍ଦା ।
ଭିଡିଓକନ ଋଣ ଜାଲିଆତି ମାମଲାର ଯାଞ୍ଚ ପାଇଁ ବାରମ୍ବାର ଇଡି ପକ୍ଷରୁ ଚନ୍ଦା ଓ ତାଙ୍କ ସ୍ବାମୀଙ୍କୁ ହାଜର ସମନ ଦିଆଯାଇଛି । ପୂର୍ବରୁ ମଧ୍ୟ ସେ 4 ଥର ଧରି ଇଡି ପ୍ରଶ୍ନର ସାମ୍ନା କରିଛନ୍ତି । ଏପରିକି ତାଙ୍କ ନାରେ ଲୁକ ଆଉଟ ନୋଟିସ ଜାରି କରିବା ସହ ତାଙ୍କ ଘର ଉପରେ ଚଢାଉ ସରିଛି । ଆଉ ଏବେ କୋଚ୍ଚର ଦମ୍ପତିଙ୍କ ସମ୍ପତ୍ତି ଜବତ ପାଇଁ ମଧ୍ୟ ନିର୍ଦ୍ଦେଶାଳୟ ବିଚାର କରୁଛି । ପିଏମଏଲଏ ଆଇନ (Prevention of Money Laundering Act) ଅନୁଯାୟୀ ସମ୍ପତ୍ତି ଜବତ କରାଯିବ ।
ପ୍ରକାଶ ଥାଉ ଯେ, 2012ରେ ଭିଡିଓକନ ଗ୍ରୁପକୁ ଆଇସିଆଇସିଆଇ ପକ୍ଷରୁ 3,250କୋଟି ଟଙ୍କା ଋଣ ଦିଆଯାଇଥିଲା । ଆଉ ଏହି ସମୟରେ ବ୍ୟାଙ୍କର ପ୍ରମୁଖ ଭାବେ ଚନ୍ଦା କୋଚ୍ଚର କାର୍ଯ୍ୟଭାର ସମ୍ଭାଳୁଥିଲେ । ଏହି ଋଣ ନେଣଦେଣରେ ଅନିୟମତା ଦେଖାଦେଇଥିବାରୁ ସମସ୍ତଙ୍କ ନଜରକୁ ଚନ୍ଦା କୋଚ୍ଚର ଆସିଥିଲେ । ଫଳରେ ବାଧ୍ୟ ହୋଇ ଚନ୍ଦାଙ୍କୁ ପଦବୀ ଛାଡିବାକୁ ପଡିଥିଲା । ଏହା ପରେ ଇଡି ସନ୍ଦେହ ବଳରେ ଚନ୍ଦା । ତାଙ୍କୁ ତୁହାକୁ ତୁହା କାର୍ଯ୍ୟାଳୟକୁ ଡାକି ତାଙ୍କୁ ପ୍ରଶ୍ନର ପାହାଡ ଭିତରେ ଫଶାଇ ଚାଲିଛି ।