ନୂଆଦିଲ୍ଲୀ: କୋଭିଡ-19 ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସମ୍ବଳ ବାଧାପ୍ରାପ୍ତ ହୋଇଥିବା ବେଳେ ସେମାନଙ୍କୁ ଅଧିକ ଅର୍ଥର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2019 ଡିସେମ୍ବରରୁ ୨୦୨୦ଫେବୃଆରୀ ଅବଧି (3 ମାସ) ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ଜିଏସଟି କ୍ଷତିପୂରଣ ବାବଦକୁ 36,400 କୋଟି ଟଙ୍କା ଜାରି କରିଛନ୍ତି।
ଅନ୍ୟପଟେ ଏପ୍ରିଲ ଓ ନଭେମ୍ବର 2019 ଅବଧି ପାଇଁ ଜିଏସଟି କ୍ଷତିପୂରଣ ବାବଦକୁ 1,15,096 କୋଟି ଟଙ୍କାର କ୍ଷତିପୂରଣ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇ ସାରିଛି । କେନ୍ଦ୍ର 2018-19 ରେ 69,275 କୋଟି ଟଙ୍କା ଏବଂ 2017-18 ରେ 41,146 କୋଟି ଟଙ୍କା ଜିଏସଟି କ୍ଷତିପୂରଣ ପ୍ରଦାନ କରିଛି।