ଓଡିଶା

odisha

ETV Bharat / business

ରବି ଫସଲର MSP ବଢାଇଲେ କେନ୍ଦ୍ର ସରକାର

ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଲେ କେନ୍ଦ୍ର ସରକାର । ୧,୯୭୫ରୁ ୨,୦୧୫ ଟଙ୍କାକୁ ବଢିଲା ଗହମ MSP । ଅଧିକ ପଢନ୍ତୁ...

By

Published : Sep 8, 2021, 6:38 PM IST

ରବି ଫସଲର MSP ବଢାଇଲେ କେନ୍ଦ୍ର ସରକାର
ରବି ଫସଲର MSP ବଢାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ:କୃଷକଙ୍କୁ କେନ୍ଦ୍ର ସରକାରଙ୍କ ବଡ ଭେଟି । ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବଢାଇଲେ କେନ୍ଦ୍ର ସରକାର । ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟର ସିସିଇଏ(ଆର୍ଥିକ ମାମଲା ସମିତି) ବୈଠକରେ ମାର୍କେଟିଂ ସିଜନ ୨୦୨୨-୨୩ ପାଇଁ ରବି ଫସଲର MSP ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । ଗହମ, ବାର୍ଲି, ଚଣା, ମସୂର, ସୋରିଷ ଏବଂ ସାଫଫ୍ଲାୱାରର MSP ବୃଦ୍ଧି ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

ମସୁର ଏବଂ ସୋରିଷର MSP ସବୁଠୁ ଅଧିକ ୪୦୦ ଟଙ୍କା ବୃଦ୍ଧି ହୋଇଛି । ଏହାପରେ ଚଣା MSP ୧୩୦ ଟଙ୍କା ବଢିଛି । ସୋରିଷର MSP ୪,୬୫୦ ଟଙ୍କାରୁ ୫,୦୫୦କୁ ବୃଦ୍ଧି ହୋଇଛି । ଗହମ ପାଇଁ MSP ୧,୯୭୫ରୁ ୨,୦୧୫ ଟଙ୍କାକୁ ବଢାଇ ଦିଆଯାଇଛି । ସେହିପରି ବାର୍ଲିର MSP ୧,୬୦୦ ଟଙ୍କାରୁ ବଢି ୧,୬୩୫ ଟଙ୍କା, ଚଣାର ୫,୧୦୦ ଟଙ୍କାରୁ ୫,୨୩୦ ଟଙ୍କାକୁ MSP ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ସାଫଫ୍ଲାୱର MSP ୫,୩୨୭ ଟଙ୍କାରୁ ୫,୪୪୧କୁ ବଢିଛି ।

ସର୍ବନିମ୍ନ ସହାୟକ ମୂଲ୍ୟ କ'ଣ ?

MSP ବା ସର୍ବନିମ୍ନ ସହାୟକ ମୂଲ୍ୟ ଅନୁଯାୟୀ ସରକାର ଚାଷୀଙ୍କ ଦ୍ବାରା ବିକ୍ରି ହେଉଥିବା ଖାଦ୍ୟଶସ୍ୟ କ୍ରୟ କରିବାକୁ ପ୍ରସ୍ତୁତ ରହିଥାନ୍ତି । ଯେତେବେଳେ ବଜାରରେ କୃଷିଜାତ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଇଥାଏ, ସେହି ସମୟରେ ସରକାର MSP ଅନୁଯାୟୀ କୃଷକଙ୍କ ଠାରୁ ଶସ୍ୟ କ୍ରୟ କରି ତାଙ୍କ ସ୍ବାର୍ଥରକ୍ଷା କରନ୍ତି । କୃଷକ ଫସଲ ବୁଣିବା ପୂର୍ବରୁ ସର୍ବନିମ୍ନ ସହାୟକ ମୂଲ୍ୟର ଘୋଷଣା କରିଥାନ୍ତି ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details