ଓଡିଶା

odisha

ETV Bharat / business

ସ୍ବାସ୍ଥ୍ୟକୁ ସରକାରଙ୍କ ଭିଟାମିନ, 23 ହଜାର କୋଟିର ପ୍ୟାକେଜ ଘୋଷଣା - କେନ୍ଦ୍ର କ୍ୟାବିନେଟ ବୈଠକଟ

କୋରୋନା ସଙ୍କଟ ସମୟରେ ଦୁର୍ବଳ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଭିଟାମିନ ଦେବାକୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । 23 ହଜାର 100 କୋଟି ଟଙ୍କାର ଜରୁରୀକାଳୀନ ହେଲ୍‌ଥ ପ୍ୟାକେଜ କରାଯାଇଛି ଘୋଷଣା । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟକୁ ସରକାରଙ୍କ ଭିଟାମିନ, 23 ହଜାର କୋଟିର ଏମରଜେନ୍ସି ପ୍ୟାକେଜ ଘୋଷଣା
ସ୍ବାସ୍ଥ୍ୟକୁ ସରକାରଙ୍କ ଭିଟାମିନ, 23 ହଜାର କୋଟିର ଏମରଜେନ୍ସି ପ୍ୟାକେଜ ଘୋଷଣା

By

Published : Jul 8, 2021, 7:53 PM IST

ନୂଆଦିଲ୍ଲୀ: ମୋଦି ମନ୍ତ୍ରୀମଣ୍ଡଳର ବିସ୍ତାର ପରେ ପ୍ରଥମ କ୍ୟାବିନେଟ ବୈଠକରେ ବଡ ଘୋଷଣା । କୋରୋନା ସଙ୍କଟ ସମୟରେ ଦୁର୍ବଳ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଭିଟାମିନ ଦେବାକୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

ମହାମାରୀ କୋରୋନାର ମୁକାବିଲା ପାଇଁ 23 ହଜାର 100 କୋଟି ଟଙ୍କାର ଜରୁରୀକାଳୀନ ହେଲ୍‌ଥ ପ୍ୟାକେଜ ଘୋଷଣା କରାଯାଇଛି । ଏହି ପ୍ୟାକେଜକୁ ମିଳିଛି କ୍ୟାବିନେଟର ମଞ୍ଜୁରୀ ।

କେନ୍ଦ୍ର କ୍ୟାବିନେଟ ବୈଠକ ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ନୂଆ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ। କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, ସ୍ବାସ୍ଥ୍ୟ ଏମରଜେନ୍ସି ପାଇଁ 23 ହଜାର 100 କୋଟି ଟଙ୍କାର ପ୍ୟାକେଜ ଦିଆଯାଇଛି । ଏଥିମଧ୍ୟରୁ 8 ହଜାର କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦିଆଯିବ ।

କୋରୋନାର ତୃତୀୟ ଲହରୀ ସହ ମୁକାବିଲା ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଦେଶରେ 20 ହଜାର ନୂଆ ଆଇସିୟୁ ଶଯ୍ୟା ପ୍ରସ୍ତୁ କରାଯାଉଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ। ତେବେ କୋଭିଡ ସଙ୍କଟରେ ସ୍ବାସ୍ଥ୍ୟସେବା ତଥା ଭିତ୍ତିଭୂମିକୁ ଏହି ପ୍ୟାକେଜ ବଳ ଦେବ ବୋଲି ଆଶା କରାଯାଉଛି ।

ABOUT THE AUTHOR

...view details