ଓଡିଶା

odisha

ETV Bharat / business

ସ୍ବଦେଶୀ କାରିଗରଙ୍କୁ ସରକାରଙ୍କ ଭେଟି, ବିଦେଶରୁ ଆମଦାନୀ ହେବନି ତ୍ରିରଙ୍ଗା - national flag news

ଖଦି କାରିଗରଙ୍କୁ ଭାରତ ସରକାରଙ୍କ ଦୀପାବଳି ଭେଟି । ବିଦେଶର ଆମଦାନୀ ରାଷ୍ଟ୍ରୀୟ ଧ୍ବଜା ଉପରେ ପ୍ରତିବନ୍ଧକ ଲଗାଇଛି ବିଦେଶ ବ୍ୟାପର ମହାନିର୍ଦ୍ଦେଶାଳୟ । ଏଣିକି ଭାରତରେ ଫ୍ଲାଗ କୋଡ ନିୟମାବଳୀ ଅଧିନରେ ତ୍ରିରଙ୍ଗା ତିଆରି ହେବ ।

ପ୍ରତିକାତ୍ମକ ଫଟୋ

By

Published : Oct 17, 2019, 2:41 PM IST

ନୂଆଦିଲ୍ଲୀ: ବିଦେଶରୁ ଆମଦାନୀ ହେବନି ଭାରତାର ଜାତୀୟ ପତକା । ଏନେଇ ବିଦେଶ ବ୍ୟାପର ମହାନିର୍ଦ୍ଦେଶାଳୟ ପକ୍ଷରୁ ଅଧିସୂଚନା ଜାରି କରାଯାଇଛି । ଏହା ଅନୁଯାୟୀ ଚୀନରେ ନିର୍ମିତ ଭାରତୀୟ ତ୍ରିରଙ୍ଗ ଆଣିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଫ୍ଲାଗ କୋଡ ଅଫ ଇଣ୍ଡିଆରେ ସମସ୍ତ ମାନକର ପାଳନ କରାଯାଉନଥିବାରୁ ରାଷ୍ଟ୍ରୀୟ ଧ୍ବଜାର ଆମଦାନୀ ହେବନାହିଁ ବୋଲି ନିର୍ଦ୍ଦେଶାଳୟ କହିଛି । ପ୍ରକାଶ ଯେ, ନିର୍ଦ୍ଧାରିକ ଗୁଣାବଳୀ ଓ ମାନକ ନଥିବା ତ୍ରିରଙ୍ଗାକୁ ଅଧିକ ପରମାଣରେ ଭାରତ ଅଣାଯାଉଛି । ଏ ନେଇ ଘରୋଇ ଉଦ୍ୟୋଗ ପକ୍ଷରୁ ଅଭିଯୋଗ ମିଳିବା ପରେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରି ବହୁ ତ୍ରିରଙ୍ଗାକୁ ପ୍ଲାଷ୍ଟିକରେ ତିଆରି କରାଯାଉଥିବା ପ୍ରମାଣ ମିଳିଛି । ଯାହାକି ଚୀନରୁ ଅଣାଯାଉଛି ବୋଲି ଶୁଣିବାକୁ ମିଳିଛି ।

ଏକ ପ୍ରମୁଖ ଗଣମାଧ୍ୟମର ରିପୋର୍ଟ ମୁତାବକ, ଏ ସମ୍ବନ୍ଧରେ ସରକାରଙ୍କ ନିର୍ଣ୍ଣୟକୁ କାରୀଗରୀଙ୍କ ଦୀପାବଳି ଭେଟି ବୋଲି ଖଦି ଏବଂ ଗ୍ରାମୀଣ ଉଦ୍ୟୋଗ (KVIC) କହିଛି । ଏହି ଉଦ୍ୟୋଗ ସହ ଜଡିତ ଲକ୍ଷାଧିକ କାରିଗର କପଡାରେ ତ୍ରିରଙ୍ଗା କରି ଭଲ ଦି ପଇସା ରୋଜଗାର କରିବେ । KVIC କହିବା ଅନୁଯାୟୀ, ଫ୍ଲାଗ କୋଡ ଅଧିନରେ ରାଷ୍ଟ୍ରୀୟ ଧ୍ବଜାକୁ ତିଆରି କରାଯିବ । ଏଥିପାଇଁ ଖଦି ଗ୍ରାମଉଦ୍ୟୋଗ କମିଶନରଙ୍କ ସ୍ବୀକୃତ କପଡାକୁ ହିଁ ବ୍ୟବହାର ହେବ ।

ABOUT THE AUTHOR

...view details