ନୂଆଦିଲ୍ଲୀ: 20 ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ସହିତ ଏକ ବିକାଶ ଫାଇନାନ୍ସ ଇନଷ୍ଟିଚ୍ୟୁସନ୍ (DFI)ଗଠନକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ଏ ନେଇ ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।
ଭିତ୍ତିଭୂମି ସଂରଞ୍ଚନା କ୍ଷେତ୍ରର ପ୍ରକଳ୍ପକୁ ଦୀର୍ଘମିଆଦି ଋଣ ଦେବାକୁ ଏକ ନୂଆ ବିକାଶ ଆର୍ଥିକ ସଂସ୍ଥାନ ଗଠନ କରିବା ସମ୍ଭନ୍ଧୀୟ ବିଲର ଡ୍ରାଫ୍ଟ ରହିଥିଲା । ଏହାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦିତ କରିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2021 ଫେବୃଆରୀ ପହିଲାରେ ଆଗତ କରିଥିବା 2021-22 ବଜେଟରେ ବିକାଶ ଫାଇନାନ୍ସ ସଂସ୍ଥାନ (DFI) ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ସରକାର ଏହି ନୂଆ ସଂସ୍ଥାନ ପାଇଁ 20,000 କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ରହିଛି ।