ନୂଆଦିଲ୍ଲୀ: 2021-22 ବଜେଟରେ ‘ରାଜ୍ୟକୁ ଟ୍ରାନ୍ସଫର’ ଶୀର୍ଷକ ଅଧିନରେ ଟିକାକରଣ ପାଇଁ ଆବଣ୍ଟିତ 35000 କୋଟି ଟଙ୍କାକୁ ଖର୍ଚ୍ଚ କରିବ କେନ୍ଦ୍ର । କୋଭିଡ ଟିକା ପାଇଁ ଏହି ଟଙ୍କାକୁ ବ୍ୟବହାର କରିବାରେ କେନ୍ଦ୍ର ଉପରେ କୌଣସି ପ୍ରତିବନ୍ଧକ ନାହିଁ । ଅର୍ଥମନ୍ତ୍ରାଳୟ ସୋମବାର ଏନେଇ ସ୍ପଷ୍ଟ କରିଛି ।
ଏପ୍ରିଲରୁ ଆରମ୍ଭ ଚଳିତ ଆର୍ଥିକ ବର୍ଷ ପାଇଁ ଅନୁଦାନ ଦାବି ସଂଖ୍ୟା 40 ରେ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ‘ରାଜ୍ୟ ଟ୍ରାନ୍ସଫର ’ ଶୀର୍ଷକ ଅଧିନରେ 35,000 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହାର ଏକ ବୈଶିଷ୍ଟ୍ୟ କି ଏହା ଉପରେ ବ୍ୟୟର ତ୍ରୟମାସିକ ନିୟନ୍ତ୍ରଣ ପ୍ରତିବନ୍ଧକ ଲାଗୁ ହୋଇନଥାଏ ।