ଓଡିଶା

odisha

ETV Bharat / business

କେନ୍ଦ୍ର ବଜେଟ 2021: ମିଳିପାରେ ମେଡିକାଲ ଖର୍ଚ୍ଚ ଓ ବୀମାରେ ଟିକସ ରିହାତି - medical expenditure

ଏଥର ବଜେଟରେ ମେଡିକାଲ ଖର୍ଚ୍ଚ ଓ ବୀମାରେ ଅଧିକ ଟିକସ ରିହାତି ଦେଇପାରନ୍ତି ଅର୍ଥମନ୍ତ୍ରୀ । ଏଥିଲାଗି ଧାରା 80ଡି ଥିବା ବ୍ୟବସ୍ଥାରେ କୋହଳ କରାଯାଇପାରେ । ଅଧିକ ପଢନ୍ତୁ..

କେନ୍ଦ୍ର ବଜେଟ 2021: ମିଳିପାରେ  ମେଡିକାଲ ଖର୍ଚ୍ଚ ଓ ବୀମାରେ ଟିକସ ରିହାତି
କେନ୍ଦ୍ର ବଜେଟ 2021: ମିଳିପାରେ ମେଡିକାଲ ଖର୍ଚ୍ଚ ଓ ବୀମାରେ ଟିକସ ରିହାତି

By

Published : Jan 23, 2021, 9:35 PM IST

ନୂଆଦିଲ୍ଲୀ: ଫେବୃଆରୀ ପହିଲାରେ କେନ୍ଦ୍ର ବଜେଟ ଆଗତ ନେଇ ଅର୍ଥମନ୍ତ୍ରାଳୟ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ । କୋଭିଡ ସଙ୍କଟ ମଧ୍ୟରେ ଏଥର ବଜେଟ ଚ୍ୟାଲେଞ୍ଜିଂ ହେବା ସହ ବହୁ ମନରେ ରିଲିଫ ନେଇ ବହୁ ଆଶା ବାନ୍ଧିଛି । ଆଉ ଏସବୁ ମଧ୍ୟରେ ମେଡିକାଲ ଖର୍ଚ୍ଚ ଓ ବୀମାରେ ଅଧିକ ଟିକସ ରିହାତି ଅର୍ଥମନ୍ତ୍ରୀ ଦେଇପାରନ୍ତି । ଏଥିଲାଗି ଧାରା 80ଡି ଥିବା ବ୍ୟବସ୍ଥାରେ କୋହଳ କରାଯାଇପରାରେ ।

କୋରୋନା ଯୋଗୁଁ ଲୋକଙ୍କ ଆୟ ହ୍ରାସ ହୋଇଥିବା ବେଳେ କଞ୍ଜମ୍ପସନ ମଧ୍ୟ କମିଛି । ଏଣୁ ଅଧିକରୁ ଅଧିକ ଖର୍ଚ୍ଚ ପାଇଁ ସରକାର ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦେବାକୁ ଚେଷ୍ଟା କରୁଛନ୍ତି । ବିଶେଷ କରି ଟିକସ ପ୍ରୋତ୍ସାହନକୁ ସରକାର ବିକଳ୍ପ କରିପାରନ୍ତି । ଏଭଳି କ୍ଷେତ୍ରରେ ରାଜସ୍ବ ସଂଗ୍ରହ ପାଇଁ ସରକାର ଦୀର୍ଘମିଆଦି ପୁଞ୍ଜି ଲାଭ (ଏଲଟିସିଜି) ଟିକସ ବଢାଇବାକୁ ବିଚାର କରିବା ନେଇ ଆକଳନ ହୋଇଛି । ବର୍ତ୍ତମାନ ସମୟରେ ଦୀର୍ଘମିଆଦି ପୁଞ୍ଜି ଲାଭ ଉପରେ 10 ପ୍ରତିଶତ ଟିକସ ରହିଛି ।

ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟାଳୟର ଏହା ତୃତୀୟ ବଜେଟ ହେବ । କୋରୋନା ମହାମାରୀ ଓ ଏହା ପରେ ଆର୍ଥିକ ସଙ୍କଟ ଯୋଗୁଁ ଏହି ବଜେଟ ଅଧିକ ଗୁରୁତ୍ବପୂର୍ଣ୍ଣ ରହିଛି । ତମାମ ସେକ୍ଟରକୁ ବଜେଟରୁ ଅନେକ ଆଶା-ଆସ୍ତା ରହିଛି । ବିଶେଷ କରି ବିଶ୍ବର ଏତେ ବଡ ସ୍ବାସ୍ଥ୍ୟ ସଙ୍କଟ ମଧ୍ୟରେ ମେଡିକାଲ ଖର୍ଚ୍ଚ କମାଇବା ଜରୁରୀ ହୋଇ ପଡିଛି । ଏପରିକି ମେଡିକାଲ ଷ୍ଟୋର ପରିଚାଳକଙ୍କ ଡିମାଣ୍ଡ ରହିଛି କି ସରକାର ଆଗାମୀ ବଜେଟରେ କିଛି ଏଭଳି ବ୍ୟବସ୍ଥା କରନ୍ତୁ, ଯାହା ଦ୍ବାରା ଗମ୍ଭୀର ଔଷଧ ରେଟ ହ୍ରାସ ହୋଇଯିବ ।

ABOUT THE AUTHOR

...view details