ଓଡିଶା

odisha

ETV Bharat / business

କୋରୋନା ସତର୍କତା, ବନ୍ଦ ହେବ ଅଟୋମୋବାଇଲ ପ୍ଲାଣ୍ଟ - automobile production

କୋଭିଡ-19ର ବିପର୍ଯ୍ୟସ୍ଥ ପରିସ୍ଥିତିକୁ ଦୃଷ୍ଟିରେ ରଖି ସିଆମ( ଓ ଏସିଏମଏ ନିଜର ସଦସ୍ୟାଙ୍କୁ ଅନୁରୋଧ କରିଛି କି ସେମାନଙ୍କ କାରଖାନାକୁ ବନ୍ଦ କରନ୍ତୁ ।

Brakes on automobile production as plants shut down
କୋରୋନା ସତର୍କତା, ବନ୍ଦ ହେବ ଅଟୋମୋବାଇଲ ପ୍ଲାଣ୍ଟ

By

Published : Mar 23, 2020, 2:55 PM IST

ନୂଆଦିଲ୍ଲୀ: କୋରୋନା ଦାଉରୁ ସୁରକ୍ଷା ପାଇଁ ବନ୍ଦ ହେବ ଗାଡି ଓ ଯନ୍ତ୍ରାନ୍ସ ଉତ୍ପାଦନ ପ୍ଲାଣ୍ଟ । ଏଥିପାଇଁ ଶିଳ୍ପ ସଂସ୍ଥା ମାନେ ସେମାନଙ୍କ କର୍ମଚାରୀଙ୍କୁ ଜଣାଇଛନ୍ତି ।

ଭାରତର ଦ୍ବିତୀୟ ବୃହତ୍ତମ କାର ନିର୍ମାତା ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍, ଦୁଇ ଏବଂ ତିନି ଚକିଆ ନିର୍ମାତା ଟିଭିଏସ୍ ମୋଟର କମ୍ପାନୀ ଲିମିଟେଡ୍, ଆଇଚର୍ ମୋଟର୍ସ ଲିମିଟେଡ୍ ଏବଂ ସୁଜୁକି ମୋଟରସାଇକେଲ୍ ଇଣ୍ଡିଆ ପିଭି ଲିମିଟେଡ୍ ସେମାନଙ୍କ ପ୍ଲାଣ୍ଟ ବନ୍ଦ ନେଇ ଘୋଷଣା କରିଛନ୍ତି।

କୋଭିଡ-19ର ବିପର୍ଯ୍ୟସ୍ଥ ପରିସ୍ଥିତିକୁ ଦୃଷ୍ଟିରେ ରଖି ସିଆମ(ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମ୍ୟାନୁଫେକ୍ଟର୍ସ) ଓ ଏସିଏମଏ(ଅଟୋମେଟିଭ କମ୍ପୋନେଟ ମାନ୍ୟୁଫେକ୍‌ଚରର୍ସ ଆସୋସିଏସସନ) ନିଜର ସଦସ୍ୟାଙ୍କୁ ଅନୁରୋଧ କରିଛି କି ସେମାନଙ୍କ କାରଖାନାକୁ ବନ୍ଦ ନେଇ ବିଚାର କରନ୍ତୁ ।

ସିଆମ ଅଧ୍ୟକ୍ଷ ରାଜନ ବଢେରରା କହିଛନ୍ତି ଯେ, ସଙ୍କଟର ଏହି ସମୟପେ ପ୍ଲାଣ୍ଟକୁ ଅସ୍ଥାୟୀ ରୂପେ ସୀମିତ ଅବଧି ପାଇଁ ବନ୍ଦ ରଖିବାକୁ ଆଇଏମ ଓ ଅଟୋ କମ୍ପୋନେଟସ ଉଦ୍ୟୋଗ ଜଣାଯାଇଛି । ଯେପରି ଏଠାରେ କାର୍ଯ୍ୟରତ କର୍ମଚାରୀ ସୁରକ୍ଷିତ ରହିପାରିବେ । ମାରୁତ ସୁଜୁକି ଇଣ୍ଡିଆ, ଟାଟା ମୋଟର୍ସ, ହୁଣ୍ଡାଇ, ଟୋୟଟା କିର୍ଲୋସ୍କର ମୋଟର ଓ ହିରୋ ମୋଟୋକପ ନିଜ ୟୁନିଟଗୁଡିକୁ ଅସ୍ଥାୟୀ ରୂପେ ବନ୍ଦ କରିବାକୁ ଘୋଷଣା କରିସାରିଲେଣି ।

ABOUT THE AUTHOR

...view details