ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅନେକ ସରକାରୀ ବା କାର୍ଯ୍ୟନିର୍ବାହୀ ଆଦେଶ ଉପରେ ହସ୍ତାକ୍ଷର କରିଛନ୍ତି । ଏଥିମଧ୍ୟରୁ ଗୋଟିଏ ଆଦେଶ କୋରୋନା ଭାଇରସ ମାଡରେ ପ୍ରଭାବିତ ଆମେରକୀୟ ଅର୍ଥବ୍ୟବସ୍ଥାର ସ୍ଥିତି ସୁଧାରିବା ସମ୍ବନ୍ଧରେ ରହିଛି ।
ଶତାବ୍ଦୀର ବଡ ସ୍ବାସ୍ଥ୍ୟ ସଙ୍କଟ କୋରୋନା ମହାମାରୀ ଯୋଗୁଁ 18 ମିଲିୟନ ବେକାରୀ ହୋଇଯାଇଛନ୍ତି । ବହୁ ପ୍ରମୁଖ ସେକ୍ଟରର ଆୟ ହ୍ରାସ ହୋଇଛି । ଆଉ ଏସବୁକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ପଦର ଶପଥ ନେବାର ତୃତୀୟ ଦିନ ବିଡେନ ‘ ଆମେରିକାନ ଉଦ୍ଧାର ପ୍ଲାନ’ ଘୋଷଣା କରିଛନ୍ତି । ଏହା ଅଧିନରେ ଆମେରିକା ବାସୀଙ୍କୁ ଆର୍ଥିକ ରିଲିଫ ପ୍ରଦାନ କରାଯିବ, ଯେଉଁମାନେ କୋରୋନା ଭାଇରସ ଯୋଗୁଁ ସଙ୍କଟରେ ଜୁଝୁଛନ୍ତି ।
ବାଇଡେନ କହିଛନ୍ତି ଯେ, ‘‘ ଆମେ ଲୋକଙ୍କୁ ସିଧାସଳଖ 2000 ଡଲାର ପେମେଣ୍ଟ କାମ ଯୋଗାଇବୁ । ପ୍ରଥମେ ସେମାନଙ୍କୁ ଯେଉଁ 600 ଡଲାର ମଞ୍ଜୁର କରାଯାଇଛି, ତାହା ପର୍ଯ୍ୟାପ୍ତ ନୁହେଁ । କାରଣ ଏତିକି ଟଙ୍କାରେ ଯଦି ଆପଣଙ୍କୁ ଭଡା ଦେବା କିମ୍ବା ଭୋଜନର ବିକଳ୍ପ ମଧ୍ୟରୁ ବାଛିବାକୁ ହେବ ତେବେ ସହଜ ନୁହେଁ । ’’
ବାଇଡେନ ହ୍ବାଇଟ ହାଉସରେ ନିଜ ଉଦବୋଧନରେ କହିଛନ୍ତି କି, ‘‘ ଆମେ ଆମର ଲୋକଙ୍କୁ ଭୋକିଲା ଛାଡିପାରିବୁ ନାହିଁ । ଆମେ ଲୋକଙ୍କୁ ବିନା ଦୋଷରେ ଘର ଖାଲି ପାଇଁ ଅନୁମତି ଦେଇପାରିବୁ ନାହିଁ । ’’ ତେବେ ବାଇଡେନଙ୍କ ଏହି ରିଲିଫ ପ୍ୟାକେଜ ଅଧିନରେ ଅର୍ଥବ୍ୟବସ୍ଥାକୁ ତୀବ୍ର ଗତିରେ ରୋଜଗାର ମିଳିପାରିବ ।
ଜାନୁଆରୀ 15 ରେ ବାଇଡେନ ଆମେରକୀୟ ଅର୍ଥବ୍ୟବସ୍ଥା ପାଇଁ 1900 ଅରବ ଡଲାରର କୋରୋନା ଭାଇରସ ରିଲିଫ ପ୍ୟାକେଜ ଘୋଷଣା କରିଥିଲୁ ।