ନୂଆଦିଲ୍ଲୀ: ପୁଣି ଥରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ଏସିଆର ସର୍ବୋତ୍ତମ ଆଞ୍ଚଳିକ ବିମାନବନ୍ଦର ହୋଇ ପାରିଛି । ଚତୁର୍ଥ ବର୍ଷରେ ତୃତୀୟ ଥର ପାଇଁ ଭାରତ ଓ ମଧ୍ୟ ଏସିଆର ପାଇଁ ବିଶ୍ବ ଏୟାରପୋର୍ଟ ଆୱାର୍ଡ 2020ର ତାଜ୍ ହାତେଇଛି । 11 ବର୍ଷ ପୁରୁଣା ବିମାନବନ୍ଦରଟି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେଇ ସୂଚନା ଦେଇଛନ୍ତି କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରର ପରିଚାଳନା ନିର୍ଦ୍ଦେଶକ ଦେଇଛନ୍ତି ।
ଏହି ବିମାନବନ୍ଦରେ ଯାତ୍ରୀମାନଙ୍କୁ ବିଶ୍ବ ସ୍ତରୀୟ ସେବା ଯୋଗାଇବା ସହ ବହୁ ଟେକ୍ନୋଲାଜି ଓ ଅଗ୍ରଣୀ ପଦକ୍ଷେପ ପାଇଁ ଏହି ପୁରସ୍କାର ମିଳିଥିବା କହିଛନ୍ତି BLR ବିମାନବନ୍ଦର ସିଇଓ । ବର୍ତ୍ତମାନ ପରିସ୍ଥିତି ଏହି ଶିଳ୍ପ ସଂସ୍ଥା ବହୁ କ୍ଷତିରେ ଚାଲୁଥିବାବେଳେ, ଏପରି ଆୱାର୍ଡ BLR ବିମାନବନ୍ଦର କର୍ମଚାରୀଙ୍କ ମନୋବଳକୁ ଦୃଢ କରିବ ବୋଲି ସେ କହିଛନ୍ତି ।