ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ଓ ଏହାକୁ ପ୍ରତିହିତ ପାଇଁ ଲାଗୁ ଲକଡାଉନ ଯୋଗୁଁ ଅର୍ଥବ୍ୟବସ୍ଥାକୁ ଗଭୀର କ୍ଷତିର ସାମ୍ନା କରିବାକୁ ପଡୁଛି । ବିଭିନ୍ନ ସେକ୍ଟର କ୍ଷତିଗ୍ରସ୍ଥ ହୋଇଥିଲା ବେଳେ ରାଜସ୍ବ ହ୍ରାସ ହୋଇଛି । ତେବେ ଏହି ସମୟରେ ସାର୍ବଜନୀକ ବ୍ୟୟ (ପବ୍ଲିକ ସ୍ପେଣ୍ଡିଂ )କୁ ବଢାଇବା ଆବଶ୍ୟକ ରହିଛି । ଆଉ ତାହା ବି କେନ୍ଦ୍ରରୁ , କାରଣ ରାଜ୍ୟର ଆର୍ଥିକ ସ୍ଥିତି ଠିକ ନାହିଁ । ପିଏଚଡି ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ସଭାପତି ସଞ୍ଜୟ ଅଗ୍ରୱାଲ ଏ ନେଇ ମତ ରଖିଛନ୍ତି ।
ସେ କହିଛନ୍ତି କି ଭାରତୀୟ ଅର୍ଥବ୍ୟବସ୍ଥା ମଜବୁତ । ଏଣୁ ଧୀମା ସ୍ଥିତିକୁ ସୁଧାରିବା ପାଇଁ ଲକଡାଉନ ଓ ଅନଲକ ମାମଲାରେ ସରକାରୀ ନୀତିକୁ ସ୍ପଷ୍ଟ କରିବାକୁ ହେବ ।
ସେ କହିଛନ୍ତି ଯେ ଏପ୍ରିଲ-ଜୁନ ତ୍ରୟମାସରେ ଭାରତୀୟ ଅର୍ଥନୀତିରେ 23.9 ପ୍ରତିଶତ ହ୍ରାସ ଏକ ବଡ କ୍ଷତି । କିନ୍ତୁ ସେପ୍ଟେମ୍ବରରେ ଯେଉଁ ସୁଧାର ସଙ୍କେତ ମିଳିଛି , ବିଶେଷକରି ଜିଏସଟି ସଂଗ୍ରହ, ଯାନ ବିକ୍ରୟ ଏବଂ ରପ୍ତାନିରେ ବୃଦ୍ଧି ଅର୍ଥନୀତିକୁ ଏକ ଆଶାବାଦୀ ଦୃଷ୍ଟିକୋଣ ଦେଖାଇଛି ।