ଓଡିଶା

odisha

ETV Bharat / business

2020-21ରେ ଭାରତୀୟ ଅର୍ଥବ୍ୟବସ୍ଥା 4 ପ୍ରତିଶତ ସଙ୍କୁଚିତ ହୋଇପାରେ

2020-21ଆର୍ଥିକ ବର୍ଷରେ ସଙ୍କୁଚିତ ହେବ ଭାରତର ଅର୍ଥନୀତି । 4 ପ୍ରତିଶତକୁ ଖସିପାରେ ଦେଶର ଜିଡିପି । ଏ ନେଇ ଆନୁମାନିକ ରିପୋର୍ଟ ପ୍ରକାଶ କରିଛି ଏଡିବି । ଅଧିକ ପଢନ୍ତୁ..

adb estimates indian economy to shrink by 4 percent in 2020-21
2020-21ରେ ଭାରତୀୟ ଅର୍ଥବ୍ୟବସ୍ଥା 4 ପ୍ରତିଶତ ସଙ୍କୁଚିତ ହୋଇପାରେ

By

Published : Jun 18, 2020, 5:06 PM IST

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ(2020-21) ଦେଶର ଅର୍ଥବ୍ୟବସ୍ଥା 4 ପ୍ରତିଶତକୁ ସଙ୍କୁଚିତ ହୋଇପାରେ । ଗୁରୁବାର ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ଏ ନେଇ ଅନୁମାନ କରି ରିପୋର୍ଟ ପ୍ରକାଶ କରିଛି ।

କୋରୋନା ଭାଇରସ ମହାମାରୀ ପ୍ରଭାବରେ ଦେଶର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି । କେବଳ ଏତିକି ନୁହେଁ ଏଡିବି ଆକଳନ କରିଛି କି ‘ବିକାଶଶୀଳ ଏସିଆ’ର ଅଂଶ ଥିବା ଦେଶଗୁଡିକ 2020 ରେ ବହୁ କଷ୍ଟରେ ଅଭିବୃଦ୍ଧି ଆଣିବାକୁ ସକ୍ଷମ ହେବ ।

ଏହି ବହୁପକ୍ଷୀୟ ଆର୍ଥିକ ସଂଗଠନ ଏହାର ରିପୋର୍ଟରେ ଡେଲପମେଣ୍ଟ ଦୃଷ୍ଟିକୋଣରେ କହିଛି ଯେ କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଅର୍ଥନୈତିକ କାର୍ଯ୍ୟକଳାପକୁ କ୍ଷତି ପହଞ୍ଚାଇବା ସହ ରପ୍ତାନି ଚାହିଦାକୁ ମଧ୍ୟ ହ୍ରାସ କରିପାରେ।

କୋଭିଡ-19 ଦକ୍ଷିଣ ଏସିଆକୁ ଗଭୀର ଭାବେ ପ୍ରଭାବିତ କରିଛି । ଏଥିଯୋଗୁଁ ଅଭିବୃଦ୍ଧି ହାର ମଧ୍ୟ ହ୍ରାସ ପାଇବ ବୋଲି ଅନୁମାନ କରାଯାଇଛି ।

ରିପୋର୍ଟ ଅନୁସାରେ ‘‘ଭାରତୀୟ ଅର୍ଥବ୍ୟବସ୍ଥା 2020 ମାର୍ଚ୍ଚ 31 ସମାପ୍ତ ସପ୍ତାହ ସୁଦ୍ଧା 4 ପ୍ରତିଶତ ସଙ୍କୁଚିତ ହେବା ଅନୁମାନ ରହିଛି । ଯେତେବେଳେ କି 2020-21ରେ ଦେଶର ଅର୍ଥବ୍ୟବସ୍ଥା 5 ପ୍ରତିଶତ ହାରରେ ବୃଦ୍ଧି ପାଇବା ସମ୍ଭାବନା ରହିଛି ।’’

ABOUT THE AUTHOR

...view details