ଓଡିଶା

odisha

ETV Bharat / business

ନୂଆ ରୂପରେ ନୂଆରଙ୍ଗରେ 20 ଟଙ୍କିଆ ନୋଟ

ବଜାରକୁ ଆସୁଛି 20 ଟଙ୍କିଆ ନୋଟ । ସୂଚନା ଦେଲା ଆରବିଆଇ । ନୋଟର ରଙ୍ଗ ହଳଦିଆ ଥିବାବେଳେ ନୋଟର ଆକାର 63 ମିମି ଚୌଡା ଓ 129 ମିମି ଲମ୍ବା ହୋଇଛି ।

By

Published : Apr 27, 2019, 11:49 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଖୁବ ଶୀଘ୍ର ବଜାରକୁ ଆସିବ 20 ଟଙ୍କିଆ ନୋଟ । ଏନେଇ ଶୁକ୍ରବାର ଆରବିଆଇ ପକ୍ଷରୁ ଅଧିସୂଚନା ଜାରି ହୋଇଛି । ଏହି ସୂଚନା ମାଧ୍ୟମରେ ଆରବିଆଇ ଏହି ନୋଟର ରଙ୍ଗ ରୂପ ସହ ଏହାର ବିଶେଷତ୍ବ ବିଷୟରେ କହିଛି ।

20 ଟଙ୍କିଆ ନୂଆ ନୋଟରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦସ୍ତଖତ ରହିବା ସହ ନୋଟ ପଛପଟେ ସାଂସ୍କୃତିକ ଚିହ୍ନ ଭାବେ ଏଲୋରା ଗୁମ୍ଫାର ଛବିକୁ ସ୍ଥାନ ଦିଆଯାଇଛି । ନୋଟର ରଙ୍ଗ ହଳଦିଆ ରଖାଯାଇଛି । ତେବେ ନୂଆ ନୋଟ ବଜାରକୁ ଆସିଲେ ମଧ୍ୟ ପୁରୁଣା ନୋଟ ଉପରେ କିଛି ପ୍ରଭାବ ପଡିବନି । ଯେମିତି ପୂର୍ବରୁ ନୂଆ ନୋଟ ଚାଲୁଥିବା ସେମିତି ଚାଲିବ ବୋଲି ସୂଚନା ଦେଇଛି ଆରବିଆଇ।

ଆରବିଆଇ ଦ୍ବାରା ପ୍ରଚଳିତ ଏହି ନୋଟ ଆଗରେ ମହାତ୍ମାଗାନ୍ଧୀଙ୍କ ଛବିକୁ ମଧ୍ୟଭାଗରେ ରଖାଯାଇଛି । ଏହାସହ ନୋଟର ମୂଲ୍ୟ ହିନ୍ଦୀ ଓ ଇଂରାଜୀ ଅକ୍ଷରରେ ଲେଖାହୋଇଥିବା ଦେଖିବାକୁ ମିଳିଥିବାବେଳେ, ଆରବିଆଇ, ଇଣ୍ଡିଆ, ଭାରତ ଓ 20 ମାଇକ୍ରୋ ଲେଟରରେ ଲେଖାଯାଇଛି । ନୋଟର ମଧ୍ୟ ଭାଗରେ ଥିବା ସୁରକ୍ଷା ପଟ୍ଟିରେ ଭାରତ ଓ ଆରବିଆଇ ଲେଖା ହୋଇଛି ।

ସେହିଭଳି, ନୋଟର ଅପରପାର୍ଶ୍ବରେ ଗ୍ୟାରେଣ୍ଟି କ୍ଲଜ, ଗଭର୍ଣ୍ଣରଙ୍କ ଦସ୍ତଖତ, ଆରବିଆଇର ପ୍ରତୀକ ମାହତ୍ମାଗାନ୍ଧୀଙ୍କ ଫଟୋର ଡାହାଣପଟେ ସ୍ଥାନ ଦିଆଯାଇଛି । ନୋଟର ଡାହାଣପାର୍ଶ୍ବରେ ଅଶୋକସ୍ତମ୍ଭକୁ ରଖାଯାଇଛି । ଏହାସହ ସ୍ବଚ୍ଛ ଭାରତର ଲୋଗୋ ଓ ସ୍ଲୋଗାନ ସହ ଛୋଟଛୋଟ 15ଟି ଭାଷାରେ ନୋଟର ନାଁ ଲେଖାହୋଇଛି । ଆଉ ନୋଟ 63 ମିମି ଚୌଡା ଓ 129 ମିମି ଲମ୍ବା ହୋଇଛି ।

ABOUT THE AUTHOR

...view details