ନୂଆଦିଲ୍ଲୀ : ଭାରତରେ କୁହୁଳୁଛି ଚୀନ ବିରୋଧୀ ନିଆଁ । 97 ପ୍ରତିଶତ ଲୋକ କହିଛନ୍ତି କି ସେମାନେ ସିଆମି, ଭିଭୋ, ଓପୋ, ୱିଚାଟ, ଟିକଟକ ଭଳି ପ୍ରମୁଖ ଚୀନ ବ୍ରାଣ୍ଡକୁ ବଏକଟ କରିବେ । ଲୋକାଲ ସର୍କଲ ସର୍ଭେରେ ଏହି ତଥ୍ୟ ସାମ୍ନାକୁ ଆସିଛି ।
ସେହିପରି 87 ପ୍ରତିଶତ ଭାରତୀୟଙ୍କ କହିବା ଅନୁଯାୟୀ ନିକଟରେ ହୋଇଥିବା ଭାରତ-ଚୀନ ବିବାଦ ପରେ ଆସନ୍ତା ବର୍ଷେ ପର୍ଯ୍ୟନ୍ତ ଚୀନ ଉତ୍ପାଦର ବହିଷ୍କାର କରିବାକୁ ପ୍ରସ୍ତୁତ । ଯେତେବେଳେ କି 78 ପ୍ରତିଶତ ସରକାରଙ୍କ ଦ୍ବାରା ଚୀନ ଆମଦାନୀ ଉପରେ 200 ପ୍ରତିଶତ ଶୁଳ୍କ ଲଗାଇବାକୁ ସମର୍ଥନ କରୁଛନ୍ତି ।
ପାଖାପାଖି 90 ପ୍ରତିଶତ ଭାରତୀୟଙ୍କ କହିବା ଅନୁଯାୟୀ ଚୀନରେ ଉତ୍ପାଦିତ ସମସ୍ତ ଉତ୍ପାଦଗୁଡିକରେ ବାଧ୍ୟତାମୂଳକ ଭାବେ BIS, CRS, CDSCO, FSSAI କିମ୍ବା ପ୍ରଯୁଜ୍ୟ ଭାରତୀୟ ମାନକ ପ୍ରମାଣପତ୍ର ସହିତ ଭାରତରେ ବିକ୍ରି ହେବା ଜରୁରୀ ।
ଚୀନ କମ୍ପାନୀଙ୍କ ଉତ୍ପାଦର କ୍ରୟ ଓ ଉପଯୋଗକୁ ବହିଷ୍କାର କରିବାକୁ ପ୍ରସ୍ତୁତ କି ? ଏ ନେଇ ପଚରାଯିବାକୁ 58 ପ୍ରତିଶତ ତୁରନ୍ତ ହଁ, ଏବେ ଆଉ କିଣିବୁ ନାହିଁ କହିଥିବାବେଳେ 39 ପ୍ରତିଶତ କହିଛନ୍ତି ହଁ ଏବେ କିଣିବୁନାହିଁ , ହେଲେ ଯାହାକୁ ପୂର୍ବରୁ କିଣିସାରିଛୁ ସେଗୁଡିକୁ ବ୍ୟବହାର କରିବାକୁ ପଡିବ ।
ଏହାର ଅର୍ଥ 97 ପ୍ରତିଶତ ଭାରତୀୟଙ୍କ କହିବା ଅନୁଯାୟୀ ପ୍ରମୁଖ ଚୀନ ବ୍ରାଣ୍ଡର ବର୍ଜନ କରିବେ ଓ ତାହାକୁ କିଣିବେ ନାହିଁ । ଏହା ବଦଳରେ ଭାରତୀୟ ବ୍ରାଣ୍ଡକୁ କିଣିବେ ।