ନୂଆଦିଲ୍ଲୀ: ଯନ୍ତ୍ରପାତି ଦେଉଛି ଯନ୍ତ୍ରଣା । ଉନ୍ନତମାନର ଯନ୍ତ୍ରପାତି କ୍ରେଜ ହଜାର ହଜାର ଶ୍ରମିକଙ୍କ ରୋଜଗାର ଛଡାଇଦେଇଛି । ଯାହାର ପରିଣାମ ସ୍ବରୂପ ହୁହୁ ହୋଇ ବେକାରୀ ସଂଖ୍ୟା ବୃଦ୍ଧି ପାଇଲାଗିଛି । ଫଳରେ 2025 ସୁଦ୍ଧା ସମଗ୍ର ବିଶ୍ବରେ ପ୍ରତି 10ରେ 6 ଜଣ ଲୋକ ନିଯୁକ୍ତି ହରାଇବା ଆଶଙ୍କା ଦେଖାଦେଇଛି । ଏ ନେଇ ୱାର୍ଲ୍ଡ ଇକୋନୋମିକ ଫୋରମର ରିପୋର୍ଟ ପ୍ରକାଶ କରିଛି ।
ଏହି ରିପୋର୍ଟ 19 ଟି ଦେଶରେ ପ୍ରାଇସ୍ ୱାଟର ହାଉସ୍ କପୁର୍ କମ୍ପାନୀରେ କାର୍ଯ୍ୟ କରୁଥିବା 32,000 କର୍ମଚାରୀଙ୍କୁ ନେଇ ହୋଇଛି । ଏମାନଙ୍କୁ ନେଇ ହୋଇଥିବା ସର୍ଭେ ପରେ ଏଭଳି ତଥ୍ୟ ସାମ୍ନାକୁ ଆଶିଛି । ସର୍ଭେ ମୁତାବକ ସମଗ୍ର ଦେଶରେ 40 ପ୍ରତିଶତ କର୍ମଚାରୀଙ୍କୁ ଲାଗୁଛି କି ସେମାନେ ଆସନ୍ତା 5 ବର୍ଷରେ ସେମାନଙ୍କ ଚାକିରୀ ହରାଇଦେବେ । ଯେତେବେଳେ କି 56 ପ୍ରତିଶତ ଲୋକ ଭାବୁଛନ୍ତି କି ସେମାନେ ଭବିଷ୍ୟରେ ବି ଲମ୍ବା ସମୟ ପର୍ଯ୍ୟନ୍ତ ରୋଜଗାର ବିକଳ୍ପ ହାସଲ କରିପାରିବେ ।