ଓଡିଶା

odisha

ETV Bharat / business

ବଢିବ ରାଜସ୍ବ: ନିଲାମ ହେବ ୩୬ଟି ଖଣି

ବେଆଇନ ଖଣି ଖନନରେ ବ୍ରେକ ଲଗାଇବାକୁ ତତ୍ପର ଦେଖାଇଛନ୍ତି ରାଜ୍ୟ ସରକାର । ରାଜସ୍ବର ସିଂହଭାଗ ବୋଲାଉଥିବା ଖଣିର ନିଲାମ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏପଟେ ବିଭାଗୀୟ ମନ୍ତ୍ରାଣଳୟ ପକ୍ଷରୁ କୋଇଲାର ରୟାଲିଟି ବୃଦ୍ଧି ନେଇ କେନ୍ଦ୍ରକୁ ଚିଠି ଲେଖି ହକ ଦାବି କରିଛନ୍ତି ।

By

Published : Jun 29, 2019, 3:05 PM IST

ପ୍ରତିକାତ୍ମକ ଫଟୋ


ଭୁବନେଶ୍ବର: ଆସନ୍ତା ମାସରେ ନିଲାମ ହେବ ୩୬ଟି ଖଣି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

୨୦୨୦ରେ ୨୪ଟି ଖଣିର ଅଧିଗ୍ରହଣ ଅବଧି ଶେଷ ହେବ । ଏଣୁ ଏହା ପୂର୍ବରୁ ଏସବୁର ନିଲାମ କରିବାକୁ ବିଭାଗ କସରତ ଚଲାଇଛି । ଜୁଲାଇ ମାସ ଶେଷ ସୁଦ୍ଧା ୫ରୁ ୧୦ଟି ଖଣିର ନିଲାମ ଶେଷ ହେବ । ଏଥିରେ ଯେପରି ବାଧା ସୃଷ୍ଟି ନହେବ ସେଥିଲାଗି ବିଭାଗ ସଜାଗ ରହିଛି ।

ତେବେ କିଭଳି ଭାବେ 36ଟି ଖଣିର ନିଲାମକୁ ସଠିକ ପରିଚାଳନା କରାଯିବ ତା ନଜର ରହିଛି । ଏପଟେ ମନ୍ତ୍ରାଣଳୟ ପକ୍ଷରୁ କୋଇଲା ରୟାଲଟି ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଲେଖାଯାଇଛି।କିନ୍ତୁ ଫଳ ଶୂନ । ଯାହାଫଳରେ ଓଡିଶାର ରାଜସ୍ୱହାନୀ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details