ଓଡିଶା

odisha

ETV Bharat / business

ସେପ୍ଟେମ୍ବରରେ FSDCର ୨୪ତମ ବୈଠକ ଡାକିଲେ ଅର୍ଥମନ୍ତ୍ରୀ - FSDC meeting

ସେପ୍ଟେମ୍ବରରେ ବସିବ FSDCର ୨୪ତମ ବୈଠକ । ଭର୍ଚୁଆଲ ଯୋଗେ ବୈଠକ ହେବା ନେଇ ସୂଚନା । ଏଥିରେ ମହାମାରୀ ପ୍ରଭାବିତ ଦେଶର ଅର୍ଥବ୍ୟବସ୍ଥା ଉପରେ ବିଚାର କରାଯିବ । ଅଧିକ ପଢନ୍ତୁ...

ସେପ୍ଟେମ୍ବରରେ FSDCର ୨୪ତମ ବୈଠକ ଡାକିଲେ ଅର୍ଥମନ୍ତ୍ରୀ
ସେପ୍ଟେମ୍ବରରେ FSDCର ୨୪ତମ ବୈଠକ ଡାକିଲେ ଅର୍ଥମନ୍ତ୍ରୀ

By

Published : Aug 29, 2021, 10:51 PM IST

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ବସିବ FSDC (Financial Stability and Development Council)ର ବୈଠକ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ୩ ତାରିଖରେ FSDCର ବୈଠକ ଡାକିଛନ୍ତି । ବୈଠକରେ ଦେଶର ଆର୍ଥିକ ସ୍ଥିତି ଉପରେ ବିଚାର କରାଯିବ । ମହାମାରୀ ଯୋଗୁଁ ପ୍ରଭାବିତ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ସମର୍ଥିତ ରଣନୀତି ଉପରେ ଆଲୋଚନା ହେବ ।

FSDC ବା ଆର୍ଥିକ ସ୍ଥିରତା ଏବଂ ବିକାଶ ପରିଷଦର ଏହା ୨୪ତମ ବୈଠକ ହେବ । ୨୦୨୦ ଡିସେମ୍ବର ୧୫ ତାରିଖରେ FSDCର ଶେଷ ବୈଠକ ବସିଥିଲା । ମୋଟ ଘରୋଇ ଉତ୍ପାଦ(GDP)ର ପ୍ରଥମ ତ୍ରୟ ମାସିକ ଅଭିବୃଦ୍ଧି ଆକଳନ ପରେ ବୈଠକ ଅନୁଷ୍ଠିତ ହେବ । ତେବେ ପ୍ରଥମ ତ୍ରୟ ମାସରେ ଜିଡିପି ଅଭିବୃଦ୍ଧି ହାର ପ୍ରାୟ ୨୦ ପ୍ରତିଶତ ହେବା ନେଇ ଆଶା କରାଯାଉଛି । ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ ଜିଡିପି 24.4 ପ୍ରତିଶତ ପାଇଥିଲା । ତେବେ ମହାମାରୀ ସଙ୍କଟ ମଧ୍ୟରେ ଆର୍ଥିକ କ୍ଷେତ୍ରରେ କୃଷି ଋଣ ଏବଂ କର ସଂଗ୍ରହ ବୃଦ୍ଧି ଭଳି ଅନେକ ଶୁଭ ସଙ୍କେତ ମିଳିଛି । ବିନିର୍ମାଣ କ୍ଷେତ୍ରରେ ମଧ୍ୟ ସୁଧାର ଆସିଛି ।

ସୂତ୍ରରୁ ପ୍ରକାଶ ଯେ, FSDCର ଏହି ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ବୈଠକରେ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ସାମିଲ ହେବେ । ମହାମାରୀ ମୁକାବିଲା ପାଇଁ ସରକାର ଘୋଷଣା କରିଥିବା ବିଭିନ୍ନ ପ୍ୟାକେଜ ସମ୍ବନ୍ଧୀୟ ଦିଗଗୁଡିକର ସମୀକ୍ଷା କରାଯିବ ।

ଉଲ୍ଲେଖଯୋଗ୍ୟ, ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର, SEBI, IRDA, PFRDA ଏବଂ ଅନ୍ତରାଷ୍ଟ୍ରୀୟ ବିତ୍ତୀୟ ସେବା କେନ୍ଦ୍ର ପ୍ରାଧିକରଣ ପ୍ରମୁଖ FSDCର ସଦସ୍ୟ ଅଟନ୍ତି ।

@PTI

ABOUT THE AUTHOR

...view details