ଓଡିଶା

odisha

ETV Bharat / business

ଅଭିଶପ୍ତ 2020-21, ଅନ୍ଧାରକୁ ଠେଲି ହୋଇଗଲା ଅର୍ଥବ୍ୟବସ୍ଥା - 2020-21 ର ଜିଡିପି

ଅର୍ଥନୀତି ପାଇଁ 2020-21 ଅନ୍ଧକାରମୟ ଅଧ୍ୟାୟ । ଏଭଳି ଭୁଲ ନ ଦୋହରାଇବାକୁ ସରକାର ନିଜ ଦୋଷକୁ ମାନି ବିରୋଧୀଙ୍କ ପରାମର୍ଶକୁ ମାନନ୍ତୁ ବୋଲି କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ । ଅଧିକ ପଢନ୍ତୁ..

‘ଅନ୍ଧାରରେ ଅର୍ଥବ୍ୟବସ୍ଥା  , ଭୁଲ ସ୍ବୀକାର କରି ବିରୋଧୀଙ୍କୁ ଶୁଣନ୍ତୁ ସରକାର’
‘ଅନ୍ଧାରରେ ଅର୍ଥବ୍ୟବସ୍ଥା , ଭୁଲ ସ୍ବୀକାର କରି ବିରୋଧୀଙ୍କୁ ଶୁଣନ୍ତୁ ସରକାର’

By

Published : Jun 1, 2021, 10:59 PM IST

ନୂଆଦିଲ୍ଲୀ: 4 ଦଶନ୍ଧିର ସର୍ବନିମ୍ନ ତଳକୁ ଅଭିବୃଦ୍ଧି ହାର ଖସିବା ନେଇ ଚିନ୍ତିତ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ । ଏଥିସହ 2021-22 ଆର୍ଥିକ ବର୍ଷରେ ଯେପରି ଏଭଳି ସ୍ଥିତି ନ ଉପୁଜିବ ସେଥିପାଇଁ ବିରୋଧୀ ଏବଂ ଅର୍ଥନୀତିଜ୍ଞଙ୍କ ପରାମର୍ଶ ନେବାକୁ ସେ ସରକାରଙ୍କୁ ଦେଇଛନ୍ତି ପ୍ରସ୍ତାବ ।

2020-21 ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) 7.3 ପ୍ରତିଶତ ହ୍ରାସ ହୋଇଛି । ଯାହାକି ବିଗତ 4 ଦଶନ୍ଧିର ‘ ସବୁଠୁ ଅନ୍ଧକାରମୟ’ ବର୍ଷ ବୋଲି କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ । ସେ ଅଭିଯୋଗ କରିଛନ୍ତି କି କୋରୋନା ମହାମାରୀ ସହ ସରକାରଙ୍କ ଅଜ୍ଞ ତଥା ଅପାରଗତ ଅର୍ଥନୈତିକ ପରିଚାଳନା ଦ୍ବାରା ପରିସ୍ଥିତି ବିଗିଡି ଯାଇଛି ।

ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି କି, ‘‘ ଯାହାର ଅନୁମାନ ରହିଥିଲା , ତା ହେଲା । ଗତ ବର୍ଷ ଅର୍ଥବ୍ୟବସ୍ଥାରେ 7.3 ପ୍ରତିଶତ ହ୍ରାସ ରେକର୍ଡ ହୋଇଛି । ସେ କହିଛନ୍ତି କି 2018-19 ଆର୍ଥିକ ବର୍ଷରେ ଜିଡିପି 140,03,316 କୋଟି ଥିଲା । 2019-20ରେ ଏହା 145,69,268 କୋଟି ଟଙ୍କା ଓ 2020-21 ରେ ଏହା ହ୍ରାସ ହୋଇ 135,12,740 କୋଟି ଟଙ୍କା ହୋଇଛି । ଏହା ଦେଶର ଅର୍ଥବ୍ୟବସ୍ଥାର ସ୍ଥିତିକୁ ଦର୍ଶାଉଛି । ଚିଦାମ୍ବରମ ଦାବି କରିଥନ୍ତି କି 2020-21 ଆର୍ଥିକ ବର୍ଷ ଗତ 4 ଦଶରେ ଦେଶର ଅର୍ଥବ୍ୟବସ୍ଥାର ସବୁଠୁ ଅନ୍ଧକାରମୟ ବର୍ଷ ରହିଛି । 4 ତ୍ରୟମାସର ବିକାଶ ହାର ଅର୍ଥବ୍ୟବସ୍ଥାର କାହାଣୀକୁ ବୟାନ କରୁଛି ।

ଚିଦାମ୍ବରମ୍ କହିଛନ୍ତି, ଗତ ବର୍ଷ ଯେତେବେଳେ କୋରୋନା ମହାମାରୀର ପ୍ରଥମ ଲହର ଧୀମା ପଡୁଥିଲା , ସେତେବେଳେ ଅର୍ଥମନ୍ତ୍ରୀ ଏବଂ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅର୍ଥନୀତି ଟ୍ରାକକୁ ଫେରୁଥିବା କହୁଥିଲେ । ହେଲେ ଆମେ କହିଥିଲୁ କି ମଜବୁତ ପ୍ରୋତ୍ସାହନ ପ୍ୟାକେଜ ଅର୍ଥନୀତି ପାଇଁ ଅତ୍ୟନ୍ତ ଜରୁରୀ ।

ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ମୁଣ୍ଡପିଛା ଜିଡିପି 1 ଲକ୍ଷ ଟଙ୍କାରୁ କମ ରହିଛି । ଚିଦାମ୍ବରମ ଅଭିଯୋଗ କରିଛନ୍ତି, 'ନିଶ୍ଚିତ ଭାବରେ କୋରୋନା ମହାମାରୀ ଅର୍ଥନୀତିରେ ବ୍ୟାପକ ପ୍ରଭାବ ପକାଇଛି । କିନ୍ତୁ ଅଜ୍ଞ ଓ ଅପାରଗ ଅର୍ଥନୈତିକ ପରିଚାଳନା ଅର୍ଥନୀତିର ଅବସ୍ଥାକୁ ଆହୁରି ଖରାପ କରିଦେଇଛି ।

ABOUT THE AUTHOR

...view details