ନୂଆଦିଲ୍ଲୀ: ବ୍ୟାଙ୍କରୁ ବାରମ୍ବାର ନଗଦ ଟଙ୍କା ଉଠାଉଛନ୍ତି କି ? ପ୍ରସ୍ତୁତ ରହନ୍ତୁ, ଏଣିକି ଏଣିକି ବାର୍ଷିକ କୋଟିଏରୁ ଅଧିକ ଟଙ୍କା ଉଠାଇଲେ କଟିବ ୨ ପ୍ରତିଶତ ଟିଡିଏସ । ଆସନ୍ତା କାଲି ଅର୍ଥାତ ସେପ୍ଟମ୍ବର ପହିଲାରୁ ଲାଗୁ ହେବ ଏହି ନୂଆ ନିୟମ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଆୟକର ନିୟମରେ ପରିବର୍ତ୍ତନ କରି ନଗଦ ଟଙ୍କା ଉଠାଣ ଉପରେ ଟିଡିଏସ ଲାଗୁ ନେଇ ଘୋଷଣା କରିଥିଲେ । ବ୍ୟାଙ୍କ ଏହି ଟିଡିଏସକୁ ଆୟକର ବିଭାଗକୁ ପଠାଇବ ।
ଦେଶରେ ଡିଜିଟାଲ ବା କ୍ୟାସଲ୍ୟାସ ଟ୍ରାଞ୍ଜାକ୍ସନକୁ ସରକାର ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଏଣୁ ସବୁ କ୍ଷେତ୍ରରେ ନଗଦ କାରବାରକୁ ନିରୁତ୍ସାହିତ କରିବା ଉଦ୍ଦେଶ୍ୟରେ ଏ ନେଇ ନିୟମ ଲାଗୁ ହୋଇଛି।