ଓଡିଶା

odisha

By

Published : Dec 2, 2019, 3:06 PM IST

ETV Bharat / business

ଚୀନରୁ ଭାରତ ଆସିବେ 12 ବିଶ୍ବସ୍ତରୀୟ କମ୍ପାନୀ

ଭାରତରେ କାରବାର ପାଇଁ ଇଚ୍ଛୁକ 12 ବିଶ୍ବସ୍ତରୀୟ ଚୀନ କମ୍ପାନୀ । କର୍ପୋରେଟ ଟିକସ ହ୍ରାସ ବ୍ୟବସ୍ଥାର ଆକୃଷ୍ଟ ହୋଇ ଏମାନେ ଭାରତ ବଜାର ଆଡକୁ ମୁହାଁଉଛନ୍ତି । ରବିବାର କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ସୂଚନା ଦେଇଛନ୍ତି ।

12 global cos evinced interest to shift base from china to india fm
ଚୀନରୁ ଭାରତ ଆସିବେ 12 ବିଶ୍ବସ୍ତରୀୟ କମ୍ପାନୀ

ନୂଆଦିଲ୍ଲୀ: ଭାରତରେ କାରବାର ପାଇଁ ଇଚ୍ଛୁକ 12 ବିଶ୍ବସ୍ତରୀୟ ଚୀନ କମ୍ପାନୀ । କର୍ପୋରେଟ ଟିକସ ହ୍ରାସ ବ୍ୟବସ୍ଥାର ଆକୃଷ୍ଟ ହୋଇ ଏମାନେ ଭାରତ ବଜାର ଆଡକୁ ମୁହାଁଉଛନ୍ତି । ରବିବାର କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ‘ଭାରତର ଟିକସ ବ୍ୟବସ୍ଥାରେ ବଡ ପରିବର୍ତ୍ତନ ହୋଇଛି । ଟିକସ ହାର 10 ପ୍ରତିଶତ ଖସିଛି । ଏଭଳି ଭାବେ ବିନିର୍ମାଣ ଉଦ୍ୟୋଗରେ ଅକ୍ଟୋବର ପହିଲାରୁ ଗଠିତ 2023 ମାର୍ଚ୍ଚ 31 ପର୍ଯ୍ୟନ୍ତ ପରିଚାଳନା କରୁଥିବା କମ୍ପାନୀଙ୍କ ଆୟ ଉପରେ 25 ପ୍ରତିଶତ କର ବଦଳରେ 15 ପ୍ରତିଶତ ଲାଗିବ । ଏଥିସହ ସରକାର ବିଭିନ୍ନ ଦିଗକୁ ନଜରରେ ରଖି ବହୁ ପଦକ୍ଷେପ ଗ୍ରହଣ କୁରୁଛନ୍ତି । ଏସବୁ ଦୃଷ୍ଟିରୁ ଭାରତ ଏବେ ନିବେଶର ପେଣ୍ଠସ୍ଥଳୀ ପାଲଟିବାକୁ ବସିଛି ।’


ଚୀନରୁ ଆସିବାକୁ ଚାହୁଁଥିବା କମ୍ପାନୀଙ୍କ ସହ ସମ୍ପର୍କ ରଖିବା ପାଇଁ ଏକ ଟାକ୍ସ ଗ୍ରୁପ ଗଠନ କରାଯାଇଛି । ଏମାନେ ଲଗାତାର ଭାବେ ଚୀନ ବଜାର ଉପରେ ନଜର ରଖିବେ । ବର୍ତ୍ତମାନ ତଥ୍ୟ ଅନୁଯାୟୀ ପାଖାପାଖି 12 କମ୍ପାନୀ ଚୀନ ଛାଡିବା ନେଇ ପ୍ରସ୍ତୁତ ହେଲେଣି । ତେବେ ସେମାନଙ୍କ ଲକ୍ଷ୍ୟ କଣ ତାହାକୁ ଜାଣିବାକୁ ପ୍ରୟାସ କରାଯାଉଛି । ଯେପରି ସେମାନେ ଭାରତର ସୁଦୃଢ ପ୍ରସ୍ତାବ ସହ ପ୍ରବେଶ କରିପାରିବେ ବୋଲି ଅର୍ଥମନ୍ତ୍ରୀ ଜଣାଇଛନ୍ତି ।

ତେବେ ଚୀନ କମ୍ପାନୀର ଆଗମନ ଦ୍ବାରା ସ୍ଥାନୀୟ ସ୍ତରରେ ନୂଆ ଉଦ୍ୟୋଗ ସୃଷ୍ଟି ହେବ । ଅର୍ଥମନ୍ତ୍ରୀ କହିଛନ୍ତି କି, ‘ମତେ ବିଶ୍ବାସ ରହିଛି କି, ମୁଁ ଏସବୁ ମାମଲାରେ କିଛି ପ୍ରଗତି ସମ୍ବନ୍ଧରେ ସୂଚନା ଦେବା ସ୍ଥିତିରେ ରହିବି ।’

ପ୍ରକାଶ ଯେ, ଚଳିତ ବର୍ଷ ସେପ୍ଟେମ୍ବରରେ ଏହି ଟାକ୍ସ ଫୋର୍ସ ଗଠନ ହୋଇଥିଲା । ଅର୍ଥନୈତିକ ବ୍ୟାପାର ସଚିବ ଏହାର ମୁଖ୍ୟ ଅଛନ୍ତି । 2019-20 ରୁ 25 ମସିହା ପର୍ଯ୍ୟନ୍ତ ଏହା ଦେଶର ଭିତ୍ତିଭୂମି ମଜବୁତ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରୁଛି ।

ABOUT THE AUTHOR

...view details