ମୁମ୍ବାଇ: ୟେସ ବ୍ୟାଙ୍କ ମନି ଲଣ୍ଡରିଂ ମାମଲାରେ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦାଶାଳୟ(ଇଡି) ମୁମ୍ବାଇର ବୈଶ୍ବିକ ପର୍ଯ୍ୟଟନ ଓ ଯାତ୍ରା କମ୍ପାନୀ କକ୍ସ ଆଣ୍ଡ କିଙ୍ଗ୍ସର ପାଞ୍ଚଟି ଅଫିସରେ ଚଢାଉ କରିଛି ।
କେନ୍ଦ୍ରୀୟ ଏଜେନ୍ସି ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁସାରେ ଏହି କମ୍ପାନୀର ବିଭିନ୍ନ ପରିସରରେ ଛାନବିନ କରିଥିବା ନେଇ ଅଧିକାରୀ କହିଛନ୍ତି । ୟେସ ବ୍ୟାଙ୍କର ପ୍ରମୁଖ ଋଣଗ୍ରହୀତାଙ୍କ ମଧ୍ୟରେ ଅନ୍ୟତମ ଥିଲା କକ୍ସ ଆଣ୍ଡ କିଙ୍ଗ୍ସ । ଏହି କମ୍ପାନୀକୁ ବ୍ୟାଙ୍କ 2,260 କୋଟି ଟଙ୍କା ଋଣ ଦେଇଥିଲ ।