ଓଡିଶା

odisha

By

Published : Jul 14, 2020, 4:26 PM IST

ETV Bharat / business

ଜୁନରେ ହ୍ରାସ ପାଇଛି WPI, ମହଙ୍ଗା ଖାଦ୍ୟସାମଗ୍ରୀ

ଲକଡାଉନ ପ୍ରଭାବ । ଜୁନରେ ହୋଲସେଲ ମୁଦ୍ରାସ୍ପୀତି ହାର 1.81 ପ୍ରତିଶତ ହ୍ରାସ ପାଇଛି । ତେବେ ମେ ମାସ ତୁଳନାରେ ସ୍ଥିତି ସାମାନ୍ୟ ସୁଧୁରୁଛି । କିନ୍ତୁ ଖାଦ୍ୟସାମଗ୍ରୀ ଦାମ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

WPI inflation falls 1.81pc in June
WPI inflation falls 1.81pc in June

ନୂଆଦିଲ୍ଲୀ: ଜୁନ ମାସରେ ମାସରେ ହୋଲସେଲ ମୂଲ୍ୟ ଉପରେ ଆଧାରିତ ମୁଦ୍ରାସ୍ପୀତିରେ 1.81 ପ୍ରତିଶତ ହ୍ରାସ ହୋଇଛି । ଏହି ଅବଧିରେ ଇନ୍ଧନ ଓ ବିଦ୍ୟୁତ ଦାମ ହ୍ରାସ ହୋଇଥିଲା ବେଳେ ଖାଦ୍ୟ ସାମଗ୍ରୀ ମହଙ୍ଗା ହୋଇଛି ।

ଏହା ପୂର୍ବ ମାସ ଅର୍ଥାତ ମେ ରେ ହୋଲସେଲ ମୂଲ୍ୟ ଉପରେ ଆଧାରିତ ମୁଦ୍ରାସ୍ପୀତିରେ 3.21 ପ୍ରତିଶତ ହ୍ରାସ ହୋଇଥିଲା । ଏହା ଦୃଷ୍ଟିରୁ ଜୁନ ହ୍ରାସ କମ ରହିଛି ।

ମଙ୍ଗଳବାର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟର ଜାରି ରିପୋର୍ଟ ମୁତାବକ ମାସିକ ହୋଲସେଲ ମୁଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ଆଧାରିତ ମୁଦ୍ରାସ୍ପୀତିର ବାର୍ଷିକ ଦର 2020 ଜୁନ ମାସରେ1.81ଖସିଛି । ଯାହାକି 1 ବର୍ଷ ପୂର୍ବେ ଏହି ମାସ ମଧ୍ୟରେ 2.02 ପ୍ରତିଶତ ଉପରେ ଥିଲା ।

ସେହିପରି ଖାଦ୍ୟ ପଦାର୍ଥର ମୁଦ୍ରାସ୍ପୀତି ଜୁନରେ 2.04 ପ୍ରତିଶତ ରହିଛି । 1 ମାସ ପୂର୍ବରୁ ମେ ରେ ଏହା 1.13 ପ୍ରତିଶତ ଥିଲା । ଇନ୍ଧନ ଓ ବିଦ୍ୟୁତ ସୂଚକାଙ୍କରେ 13.60 ପ୍ରତିଶତ ହ୍ରାସ ହୋଇଛି । ତେବେ ଏହା ପୂର୍ବ ମାସ ମେ ରେ ମଧ୍ୟ ଏହି ସେକ୍ଟରଗୁଡିକରେ 19.83 ପ୍ରତିଶତ ହ୍ରାସ ଦେଖାଦେଇଛି ।

ବିନିର୍ମାଣ ଉଦ୍ୟୋଗ କ୍ଷେତ୍ର ଦେଖିବାକୁ ଗଲେ ଜୁନରେ ଏହାର ମୁଦ୍ରାସ୍ପୀତି 0.08 ପ୍ରତିଶତ ରହିଛି । ଯେତେବେଳେ କି ମେ ମାସରେ ଏଥିରେ 0.42 ପ୍ରତିଶତ ହ୍ରାସ ଆସିଥିଲା ।

ABOUT THE AUTHOR

...view details