ନୂଆଦିଲ୍ଲୀ: ଅଣାୟତ ସ୍ଥିତିରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏୟାରଇଣ୍ଡିଆ। ସମୟ ଏପରି ଯେ, ବିକ୍ରି ପାଇଁ କ୍ରେତା ନ ମିଳିଲେ ଏଥିରେ ଝୁଲିବ ତାଲା। ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଲଗାତାର କ୍ଷତି ଓ ଆର୍ଥିକ ସମସ୍ୟା ଭିତରେ କମ୍ପାନୀକୁ ଚଲାଇବା କଷ୍ଟକର। ଏଥିପାଇଁ ଏହାର 100 ପ୍ରତିଶତ ଅଂଶଧନକୁ ବିକ୍ରି କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ଏବେ ଏହାର ଋଣ ଭାରକୁ କେହି ମୁଣ୍ଡେଇବାକୁ ନାରାଜ। ଏହି ରାଷ୍ଟ୍ରାୟତ୍ତ କମ୍ପାନୀକୁ କିଣିବାକୁ କ୍ରେତା ମିଳୁନାହାଁନ୍ତି। ଫଳରେ ବିମାନ ସେବାରେ 1 ନମ୍ବର ଥିବା ଏୟାରଇଣ୍ଡିଆ ସ୍ଥିତି ଏବେ ଜେଟ ଏୟାରୱେଜ ଭଳି।