ଓଡିଶା

odisha

ETV Bharat / business

ଭାରତର ଡିଜିଟାଲ ବ୍ୟାଙ୍କିଙ୍ଗ ଚ୍ୟାନେଲ ହେବା ପଥରେ ହ୍ବାଟସଆପ - ଡିଜିଟାଲ ବ୍ୟାଙ୍କିଙ୍ଗ ଚ୍ୟାନେଲ ହ୍ବାଟଆପ

ସାମାଜିକ ଦୂରତାର ଏହି ସମୟରେ ବ୍ୟାଙ୍କଗୁଡିକ ହ୍ବାଟସଆପକୁ ସେମାନଙ୍କର ପ୍ରଥମ ଡିଜିଟାଲ ବ୍ୟାଙ୍କିଙ୍ଗ ଚ୍ୟାନେଲ ଭାବରେ ଗ୍ରହଣ କରୁଛନ୍ତି । ଏଥିପାଇଁ ଡିଜିଟାଲ ବ୍ୟାଙ୍କିଙ୍ଗ ଚ୍ୟାନେଲ ଭାବେ ପରିଚିତ ପାଇଁ ହ୍ବାଟଅସ ତୟାର ହେଉଛି । ଅଧିକ ପଢନ୍ତୁ..

WhatsApp on way to become India's digital banking channel
ଭାରତର ଡିଜିଟାଲ ବ୍ୟାଙ୍କିଙ୍ଗ ଚ୍ୟାନେଲ ହେବା ପଥରେ ହ୍ବାଟଆପ

By

Published : Jun 16, 2020, 6:01 PM IST

ନୂଆଦିଲ୍ଲୀ: ହ୍ବାଟସଆପ ପେ ଭାରତରେ 40 କୋଟିରୁ ଅଧିକ ୟୁଜର୍ସଙ୍କ ସହିତ ପେମେଣ୍ଟର ସର୍ବବୃହତ୍ତ ମାଧ୍ୟମ ଓ ମୋବାଇଲ ଆଧାରିତ ଇକମର୍ସ ପ୍ଲାର୍ଟଫର୍ମ ଭାବେ ପରିଚିତ । ଏସବୁ ପୂ୍ର୍ବରୁ ଏହା ଭାରତରେ ବ୍ୟାଙ୍କଗୁଡିକ ପାଇଁ ଏକ ଡିଜିଟାଲ ଚ୍ୟାନେଲ ଭାବେ ବହୁତ ଉପଯୋଗୀ ବୋଲି ପ୍ରମାଣିତ ହେଉଛି ।

ଡିଜିଟାଲ ନିଷ୍କ୍ରିୟ ଗ୍ରାହକଙ୍କ ସୁବିଧା ପାଇଁ ଭାରତର ବ୍ୟାଙ୍କଗୁଡିକ ଏହି ଆପର ସମ୍ପୂର୍ଣ୍ଣ ଲାଭ ଉଠାଉଛନ୍ତି। ସାମାଜିକ ଦୂରତାର ଏହି ସମୟରେ ବ୍ୟାଙ୍କଗୁଡିକ ହ୍ବାଟସଆପକୁ ସେମାନଙ୍କର ପ୍ରଥମ ଡିଜିଟାଲ ବ୍ୟାଙ୍କିଙ୍ଗ ଚ୍ୟାନେଲ ଭାବରେ ଗ୍ରହଣ କରୁଛନ୍ତି ।

ଏବେ ହ୍ବାଟସଆପ ଗ୍ରାହକଙ୍କ ପାଇଁ ବ୍ୟାଙ୍କ ସହ କଥାବାର୍ତ୍ତା ପାଇଁ ଏକ ସୁବିଧାଜନକ ଓ ସହଜ ଚ୍ୟାନେଲ ତିଆରି କରାଯାଇଛି । ଏହି ପ୍ଲା୍ଟଫର୍ମ ମାଧ୍ୟମରେ ବ୍ୟାଙ୍କିଙ୍ଗ ସେବାର ଏକ ଶୃଙ୍ଖଳା ପ୍ରଦାନ କରୁଛି ।

କୋଟାକ ମହିନ୍ଦ୍ରା ବ୍ୟାଙ୍କ 2018ରେ ହ୍ବାଟସଆପରେ ବ୍ୟାଙ୍କଙ୍ଗ ସେବା ଆରମ୍ଭ କରିଥିବା ଦେଶର ପ୍ରଥମ ବ୍ୟାଙ୍କ ରହିଥିଲା ।

ବ୍ୟାଙ୍କ ନିଜର ହ୍ବାଟସଆପ ବ୍ୟାଙ୍କିଙ୍ଗ ଚ୍ୟାନେଲରେ ଆଜି ପର୍ଯ୍ୟନ୍ତ ପାଖାପାଖୀ 20 ଲକ୍ଷ ଗ୍ରାହକଙ୍କୁ ସେବା ପ୍ରଦାନ କରିଛି । ଯେଉଁଥିରେ ଗତ ଆର୍ଥିକ ବର୍ଷ ତୁଳନାରେ 2020ରେ ହ୍ବାଟସଆପ ବ୍ୟାଙ୍କିଙ୍ଗରେ ଏଣ୍ଟ୍ରି ନେଉଥିବା ଗ୍ରାହକଙ୍କ ଆଧାରରେ 98 ପ୍ରତିଶତ ବୃଦ୍ଧି ହୋଇଛି ।

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଅଧ୍ୟକ୍ଷ ତଥା ମୁଖ୍ୟ ଡିଜିଟାଲ ଅଧିକାରୀ ଦୀପକ ଶର୍ମା IANS କୁ କହିଛନ୍ତି ଯେ ଆମର ଅଧିକାଂଶ ଗ୍ରାହକ ହ୍ବାଟସଆପ ଇଣ୍ଟରଫେସ ସହିତ ପରିଚିତ । ଆମେ ଜାଣିବାକୁ ପାଇଲୁ ଯେ ଆମର ଅନେକ ଡିଜିଟାଲ ନିଷ୍କ୍ରିୟ ଗ୍ରାହକ ହ୍ବାଟସଆଟସ ନିଜର ପ୍ରଥମ ଡିଜିଟାଲ ବ୍ୟାଙ୍କିଙ୍ଗ ଚ୍ୟାନେଲ ଭାବରେ ଗ୍ରହଣ କରିଛନ୍ତି।

ହ୍ବାଟସଆପ ଇଣ୍ଡିଆର ପ୍ରମୁଖ ଅଭିଜିତ ବୋସଙ୍କ ଅନୁସାରେ, ବହୁ ସଂଖ୍ୟାରେ କମ୍ପାନୀକୁ ନିଜ ଗ୍ରାହକଙ୍କ ସହ ଯୋଡି ରଖିବାରେ ବିଜନେସ ଏପିଆଇ(Business API) ସହଯୋଗ କରୁଛି ।

ABOUT THE AUTHOR

...view details