ନୂଆଦିଲ୍ଲୀ:ଗତ ନଭେମ୍ବରରେ ୧.୭୫ ମିଲିୟନ ଭାରତୀୟ ଆକାଉଣ୍ଟ ବ୍ୟାନ କରିଛି ମେସେଜିଂ ପ୍ଲାଟଫର୍ମ WhatsApp । ଆଇଟି ନିୟମ ୨୦୨୧(Compliance with IT Rules 2021)ର ଅନୁପାଳନ ପୂର୍ବକ ମେଟା(Meta) ମାଲିକାନାଧୀନ ଆପ୍ WhatsApp ଭାରତରେ ୧,୭୫୯,୦୦୦ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି । ଏଥିସହ ନଭେମ୍ବରରେ ତା' ନିକଟକୁ ସାରା ଦେଶରୁ ୬୦୨ଟି ଅଭିଯୋଗ ଆସିଥିବାବେଳେ କମ୍ପାନୀ ୩୬ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇଥିବା କହିଛି ।
ଏକ ବିବୃତ୍ତି ଜରିଆରେ WhatsApp ପ୍ରବକ୍ତା କହିଛନ୍ତି, ଆଇଟି ନିୟମ ୨୦୨୧ ଅନୁସାରେ ଆମେ ନଭେମ୍ବର ମାସ ପାଇଁ ନିଜର ଷଷ୍ଠ ମାସିକ ରିପୋର୍ଟ ପ୍ରକାଶିତ କରୁଛୁ । ଏହି ଉପଭୋକ୍ତା-ନିରାପତ୍ତା ରିପୋର୍ଟରେ ଉପଭୋକ୍ତାଙ୍କ ଅଭିଯୋଗ ଏବଂ କମ୍ପାନୀ ଦ୍ବାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ବିବରଣୀ ରହିଛି । ନଭେମ୍ବରରେ ୧.୭୫ ଲକ୍ଷ ଆକାଉଣ୍ଟ ଉପରେ ଅଙ୍କୁଶ ଲଗାଯାଇଥିବା ବେଳେ ଅକ୍ଟୋବରରେ ମଧ୍ୟ ଏହି ମେସିଜିଂ ପ୍ଲାଟଫର୍ମ ୨୦ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ ବ୍ୟାନ କରିଥିଲା । ନିଜ ପ୍ଲାଟଫର୍ମରେ ଅନଲାଇନ ଦୂରୁପଯୋଗ ରୋକିବା ଓ ଉପଭୋକ୍ତାଙ୍କ ସୁରକ୍ଷା ଏବଂ ଉନ୍ନତ ଅନୁଭବ ପ୍ରଦାନ ପାଇଁ ଆକାଉଣ୍ଟଗୁଡିକ ଉପରେ ପ୍ରତିବନ୍ଧକ ଲଗାଇଥିବା ପ୍ରକାଶ କରିଥିଲା WhatsApp ।